• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି। କୁଜଙ୍ଗ କୋର୍ଟ ମଧ୍ୟ ବନ୍ଦ ରହିବ।

କୁଜଙ୍ଗ ସବ୍-ଜଜ୍ ଏବଂ ଜେଏମ୍‌ଏଫସି କୋର୍ଟରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଜଗତସିଂହପୁର ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। କୋର୍ଟ ପରିସର ସାନିଟାଇଜ କରାଯାଇଛି।

ସଟ୍‌ଡାଉନ୍‌ ସମୟରେ ଦୋକାନ ବଜାର ଖୋଲିବା ଏବଂ ଜନସାଧାରଣଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି। ସଟ୍‌ଡାଉନ୍‌ରେ କେବଳ ଜରୁରୀକାଳୀନ ସେବା ଜାରି ରହିବ।

କୋଭିଡ କଟକଣା ମୁତାବକ ପ୍ରଶାସନ ଠାରୁ ଅନୁମତି ନେଇ ପନିପରିବା, ତେଜରାତି ସାମଗ୍ରୀ, କ୍ଷୀର, ଔଷଧ ଆଦି ହୋମ୍‌ ଡେଲିଭରୀ ସନ୍ଧ୍ୟା ୫ଟା ଯାଏ କରି ହେବ। କୋଭିଡ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ଛାଡିଲେ ଅନ୍ୟ ସରକାରୀ ବେସରକାରୀ ଅଫିସ୍ ବନ୍ଦ ରହିବ।

Kujang-market-and-near-by-its-area-shutdown-for-3-days
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories