କୁଡୁମୀ ଜାତିକୁ ଅନୁସୂଚିତ ଜନଜାତିରେ ସାମିଲ ଦାବି

ନବୀନ ନିବାସ ଘେରାଉବେଳେ ଅଟକାଇଲା ପୁଲିସ

ଭୁବନେଶ୍ୱର : କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ନେଇ ରାଜଧାନୀରେ ଗର୍ଜିଲେ ଅାନ୍ଦୋଳନକାରୀ। ଦାବି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଦାବିରେ ମାଷ୍ଟର କ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ ଅାସି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ ଅାନ୍ଦୋଳନକାରୀ।

ପରେ ସେଠାରୁ ନବୀନ ନିବାସ ଘେରିବାକୁ ଉଦ୍ୟମ ବେଳେ ଅାନ୍ଦୋଳନକାରୀଙ୍କ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କୁଡୁମୀ ସେନା ମୁଖ୍ୟଙ୍କୁ ପୁଲିସ ଅଟକାଇଥିବାବେଳେ ଅାନ୍ଦୋଳନକାରୀମାନେ ପୁଲିସ ଠାରୁ ତାଙ୍କୁ ଛଡାଇ ଅାଣିଥିଲେ।

ପୁଲିସ ଓ ଅାନ୍ଦୋଳନକାରୀଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଚାଲିଥିଲା ଧସ୍ତାଧସ୍ତି। ସରକାର ବାରମ୍ବାର ପ୍ରତିଶ୍ରୁତି ନେଇ ପୂରଣ କରୁନଥିବାରୁ ରାଜରାସ୍ତାକୁ ଓହ୍ଲାଇଛି କୁଡୁମୀ ସେନା।

You might also like