ଜବତ ହେଲା ୧୦ ଲକ୍ଷ ଟଙ୍କା, ସୁନା ଗହଣା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡାରେ ୩୫ ଲକ୍ଷ ଟଙ୍କା ବ୍ୟାଙ୍କ୍ ଲୁଟ୍‌ ଘଟଣାରେ ଜଣେ ନାବାଳକ ସମେତ ୯ ଜଣଙ୍କୁ କୁଚିଣ୍ଡା ପୋଲିସ୍‌ ଗିରଫ କରିଛି।

ଗିରଫ ଲୁଟେରାଙ୍କ ଠାରୁ ୧୦ ଲକ୍ଷ ୯ ହଜାର ଟଙ୍କା ସହ କିଛି ସୁନାଗହଣା ଜବତ ହୋଇଛି। ସେମାନଙ୍କ ନିକଟରୁ ଲୁଟ୍ ବେଳେ ବ୍ୟବହାର ହୋଇଥିବା କଟୁରୀ, ଛୁରା, ୭ଟି ବାଇକ୍, ୮ଟି ମୋବାଇଲ, ଗୋଟିଏ କାର୍ ଜବତ ହୋଇଛି।

ଡକାୟତି ଘଟଣାରେ ମୋଟ ୧୧ ଜଣଙ୍କ ସଂପୃକ୍ତି ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କରାଯାଇଛି।

ସୂଚନାଥାଉ କି, ଗତ ୯ ତାରିଖରେ ଲଇମୁରା ୟୁନିୟନ ବ୍ୟାଙ୍କର କର୍ମଚାରୀ ସମ୍ବଲପୁର ୟୁନିୟନ ବ୍ୟାଙ୍କ ଶାଖାରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ନେଇ ଏକ ବୋଲେରୋରେ ଲଇମୁରା ଯାଉଥିବା ବେଳେ ଏହି ଲୁଟ୍‌ ହୋଇଥିଲା। ଲୁଟେରାମାନେ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ।

You might also like