• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • କୋରାପୁଟ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ
  • ପଞ୍ଚାୟତ ନିର୍ବାଚନ ଦେଖି ଚେଇଁଲେ କି ଓଡ଼ିଶା ସରକାର ?
  • ୧୮ କୋଟିର ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ମୁଁ ଯିବି
  • ବିରୋଧୀଙ୍କ ନିଶାନା, ଧର୍ମେନ୍ଦ୍ର କହିଲେ ଚିନ୍ତାର ବିଷୟ

କୋଟିଆ: ନିଜେ କୋଟିଆ ଯିବି, ଲୋକଙ୍କ କଥା ବୁଝିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରାପୁଟର ବିବାଦୀୟ କୋଟିଆରେ ଭର୍ଚୁଆଲରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ସେଠି ଆନ୍ଧ୍ରର ଦାଦାଗିରି ସହ ପଞ୍ଚାୟତ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ବିଜେପି କହିଛି ଯେ, ସମସ୍ୟା ସମାଧାନ ଦିଗରେ ଚୁପ୍ ବସିଛନ୍ତି ରାଜ୍ୟ ସରକାର। ଆଉ ଏପଟେ, ଓଡ଼ିଶା ସରକାରଙ୍କ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛି କଂଗ୍ରେସ। ତେବେ ଏନେଇ ଜବାବ ଦେଇ ବିଜେଡି କହିଛି, ଦେଢ ଶହ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବର୍ଷକ ଭିତରେ ବଦଳିଯିବ କୋଟିଆର ଭାଗ୍ୟ।

"ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକାଶକୁ ପ୍ରତି ପରିବାର ପାଖରେ ପହଂଚାଇବାକୁ ଆମେ କାମ କରୁଛୁ। ଏବଂ ଅତିଶୀଘ୍ର ମୁଁ କୋଟିଆ ଗସ୍ତରେ ଯିବ, ଆପଣଙ୍କୁ ଭେଟି ଆଲୋଚନା କରିବି ବୋଲି ନବୀନ କହିଛନ୍ତି"

କୋରାପୁଟ ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଯେତିକି, ଚର୍ଚ୍ଚା ବି ସେତିକି ହେଉଛି। ସେଠି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଥୋପ ପରେ ଏବେ ହଠାତ୍ ଚେଇଁ ଉଠିଛନ୍ତି ଓଡ଼ିଶା ସରକାର। ଆଜି ଭର୍ଚୁଆଲ୍ ମାଧ୍ୟମରେ କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ୧୮ କୋଟି ଟଙ୍କାର ନୂଆ ପ୍ରକଳ୍ପ ମଧ୍ୟରୁ ୧୩ କୋଟିର ଉଦ୍ଘାଟନ ସହ ୫ କୋଟି ବ୍ୟୟରେ ମାଡକାର-କୋଟିଆ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ତାସହ କୋଟିଆକୁ ଆଦର୍ଶ ପଞ୍ଚାୟତରେ ପରିଣତ କରିବାର ପ୍ରତିଶ୍ରୁତି ଦେଇ ନିଜେ ସେଠାକୁ ଯାଇ ଲୋକଙ୍କୁ ଭେଟିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଏ ଆଜିର ସମସ୍ୟା ନୁହେଁ ବହୁ ଦିନର ସମସ୍ୟା। ଓଡ଼ିଶା ରାଜ୍ୟ ମଧ୍ୟରେ ପସିଆସି ଅନ୍ୟ ରାଜ୍ୟ ନିର୍ବାଚନ କରିବାର ଅର୍ଥ ହେଉଛି ଯେ, ରାଜ୍ୟ ନେତୃତ୍ୱ ଦୁର୍ବଳ ଅଛି। ରାଜ୍ୟକୁ ସୁରକ୍ଷା ଦେବାରେ ସରକାର ପୂରା ବିଫଳ।

ଏହାସହ ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି ଯେ, ଘଟଣାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ। କେବଳ ରାସ୍ତାଘାଟ କରି ଘର ଉଦଘାଟନ କଲେ ପେଟ ପୂରିବ ନାହିଁ। ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ଯେ, ଉଭୟ ପକ୍ଷ ଆଲୋଚନା କରି ସମାଧାନ କରିବା ଲାଗି। କିନ୍ତୁ ରାଜ୍ୟ ସରକାର ତତ୍‌ପରତା ପ୍ରକାଶ କରୁନାହାନ୍ତି।

ଆଉ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। କହିଛନ୍ତି, କୋଟିଆର ବିକାଶ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ। ବର୍ଷକ ମଧ୍ୟରେ ଏହିସ୍ଥାନର ଭାଗ୍ୟ ବଦଳିବ।

ଏଥିସହ ୨୦୧୮ ମସିହାରେ କୋଟିଆର ବିକାଶ ପାଇଁ ଘୋଷଣା ହୋଇଥିବା ୧୫୦ କୋଟିର ପ୍ରକଳ୍ପ ମଧ୍ୟରୁ ୧୦ଶଯ୍ୟା ବିଶିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କୋଟିଆ-ମାଡ଼କର ରାସ୍ତା, ଆଦିବାସୀ ହଷ୍ଟେଲ ଓ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ଭଳି ୯ଟି ପ୍ରକଳ୍ପର ବି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ରାଜ୍ୟ ସରକାରଙ୍କ ହଠାତ୍ କୋଟିଆ ପ୍ରୀତି ଓ ସେଠି ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ସୁରକ୍ଷା କରିପାରୁ ନାହାନ୍ତି। କୋଟିଆରେ ଆନ୍ଧ୍ରର ଦାଦାଗିରି ତାଙ୍କ ଦୁର୍ବଳ ନେତୃତ୍ୱକୁ ପ୍ରମାଣିତ କରୁଛି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସେଠାକାର ଜିଲ୍ଲାପାଳଙ୍କୁ ବଦଳି କରିଦେଲେ ସମସ୍ୟାର ସମଧାନ ହୋଇଯିବନି।

ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଓଡ଼ିଶା ସରକାରଙ୍କ ସୁବିଧା ପାଉନଥିବାରୁ କୋଟିଆ ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ କୋଟିଆ ଯିବାକୁ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟପଟେ ବିଜେପି କହିଛି କୋଟିଆରେ ଆନ୍ଧ୍ରର ଦାଦାଗିରି ପାଇଁ ରାଜ୍ୟ ସରକାର ଦାୟୀ। ଉଭୟ ପକ୍ଷ ଆଲୋଚନା କରି ସମାଧାନ କରିବା ବଦଳରେ ରାଜ୍ୟ ସରକାର ଚୁପ୍ ବସିଛନ୍ତି। ଜବାବରେ ପଟାଙ୍ଗି ବିଧାୟକ କହିଛନ୍ତି ଦେଢ଼ ଶହ କୋଟି ଟଙ୍କାର ପ୍ରକଳ୍ପରେ ଆସନ୍ତା ବର୍ଷକ ଭିତରେ କୋଟିଆର ଭାଗ୍ୟ ବଦଳିଯିବ। ଆଉ କୋଟିଆ ଓଡ଼ିଶାରେ ଥିଲା ଓ ରହିବ ବୋଲି ସେ କହିଛନ୍ତି।

କୋଟିଆ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଆନ୍ଧ୍ର, ଲୁଚାଛପାରେ କେତେବେଳେ ରାସନକାର୍ଡ ତ କେତେବେଳେ ଭୋଟ୍ ପରିଚୟପତ୍ର ବାଣ୍ଟି ସେଠାକାର ଲୋକଙ୍କୁ ନିଜ କବଜାକୁ ନେବାକୁ ଷଡ଼ଯନ୍ତ୍ର କରି ଆସିଛି। ତେବେ ଏହି ଖବର ଚର୍ଚ୍ଚାକୁ ଆସିବା ପରେ ଗତ ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା ଓ କୋଟିଆର ଉନ୍ନତି ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଘୋଷଣା କରିଥିଲେ। ହେଲେ ବି ଆନ୍ଧ୍ରର ଦାଦାଗିରି ଥମିନଥିଲା। ତେବେ ନିକଟରେ ଆନ୍ଧ୍ର ପ୍ରଶାସନ ଏଠି ପଞ୍ଚାୟତ ନିର୍ବାଚନ ପରିଚାଳନା କରୁଥିବା ନେଇ ଓଟିଭିରେ ପ୍ରଥମେ ଖବର ପ୍ରସାରଣ ପରେ ହଇଚଇ ସୃଷ୍ଟି ହୋଇଥିଲା। ଏମିତିକି କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନ ଦାଖଲ କରିବା ଖବର ଜଣାପଡ଼ିବା ପରେ ଏବେ ଆରୋପ-ପ୍ରତ୍ୟାରୋପ ଜୋର୍ ଧରିଛି।

କୋଟିଆରୁ ଟି. ଗୌରୀଶଙ୍କର ଓ ଭୁବନେଶ୍ୱରରୁ ଜଗଦୀଶ ଦାଶଙ୍କ ରିପୋର୍ଟ

Kotia-to-be-transformed-into-a-model-panchayat-odisha-cm-naveen
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories