ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ପୁଣି ମନ ବଳାଇଲା କୋରିଆ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ପ୍ରକଳ୍ପ ଓହରିବା ପରେ ପୁଣି ଥରେ ପୁଞ୍ଜି ନିବେଶ କରିବାକୁ ଆଗକୁ ଆସିଛି କୋରିଆ। ଆଜି କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ୍‌କିଲ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ରାଜ୍ୟରେ ବହୁ ବାଧାବିଘ୍ନ ସହିବା ପରେ ଓଡ଼ିଶାରେ ନିଜ ପ୍ରକଳ୍ପକୁ ଓହରାଇଥିଲା ପୋସ୍କୋ। ତେବେ ଏହି ତିକ୍ତ ଅଭିଜ୍ଞତାରୁ ଶିକ୍ଷା ଲାଭ କରିଛି କୋରିଆ। ହେଲେ ଏହାକୁ ଭୁଲି ପୁଣିଥରେ ଓଡ଼ିଶାରେ ନିବେଶ କରିବାକୁ କୋରିଆ ଇଚ୍ଛା ପ୍ରକାଶ କରିଛି।

ରାଷ୍ଟ୍ରଦୂତ ସିନ୍ ବଙ୍ଗ୍‌କିଲ୍‌ଙ୍କ ସହ ୪୬ ଜଣିଆ ଶିଳ୍ପ ପ୍ରତିନିଧି ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ସାମସଙ୍ଗ, ହୋଣ୍ଡା, କିଆ ମୋଟର୍ସ, କୋରିଆ ଇଣ୍ଟରନାସନାଲ ଟ୍ରେଡ୍‌ ଆସୋସିିଏସନ୍‌, ଟ୍ରେଡ୍ କୋପରେସନ୍, ଭଳି ସଂସ୍ଥାର ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ କରି ସୁଯୋଗ ସୃଷ୍ଟି କରିବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। 

ଆହୁରି ପଢ଼ନ୍ତୁ

You might also like