• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୟପୁର(ଟି ଗୌରିଶଙ୍କର):  କେନାଲ ବନ୍ଧ ଭୁଶୁଡ଼ି ଯାଇ ଚାଷ ଜମିକୁ ମାଡ଼ି ଯାଇଛି ପାଣି । କୋରାପୁଟ ଜୟପୁର ସହର ଉପକଣ୍ଠ ଏକତାଗୁଡ଼ାରେ କେନାଲ ବନ୍ଧ ଭୁଶୁଡ଼ି ଯାଇଛି । ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶି ଯାଇଛି । ଗତକାଲି  ରାତିରେ ଏହି ଅଘଟଣ ଘଟିଛି । ନିକଟରେ ଥିବା ଏକର ଏକର ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି ।

ଫଳରେ ଅଞ୍ଚଳବାସୀ ଗତକାଲି ରାତି ସାରା ଭୟରେ କାଟିଛନ୍ତି । ତେବେ ସୌଭାଗ୍ୟବଶତଃ କେନାଲର ପାଣି ଜନବସତି ଦିଗକୁ ମାଡ଼ି ନାହିଁ । ଘଟଣାସ୍ଥଳରେ ଗତକାଲି ରାତିରେ ବିଭାଗୀୟ ଅଧିକାରୀ ଓ ଜୟପୁର ବିଧାୟକ ପହଞ୍ଚିଥିଲେ । ବର୍ତ୍ତମାନ କେନାଲ ପାଣିକୁ ବନ୍ଦ କରାଯାଇଛି ।  କିପରି ଭାବେ ବନ୍ଧ ଭାଙ୍ଗିଲା ସେ ନେଇ ଅନୁଧ୍ୟାନ କରାଯିବ । କେନାଲଟି ଦୁର୍ବଳ ଥିବା ଯୋଗୁଁ ଭୁଶୁଡ଼ି ଯାଇଛି ବୋଲି  ଅନୁମାନ କରାଯାଉଛି  ।

ସୂଚନାଯୋଗ୍ୟ, ଗତକାଲି ରାତି ୯ଟାରୁ ୧୦ଟା ଭିତରେ କେନାଲ ବନ୍ଧ ଭାଙ୍ଗିଛି । ୧୯୭୫ ମସିହାରୁ ନିର୍ମାଣ ହୋଇଥିବା କେନାଲ ବନ୍ଧ ଭାଙ୍ଗିଯିବା ଯୋଗୁଁ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । କେନାଲ ପୁନରୁଦ୍ଧାର ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଛି, ତେଣୁ କେନାଲ ଭାଙ୍ଗିଯାଇଛି ବୋଲି ଅଭିଯୋଗ ହୋଇଛି । ଜଳସେଚିତ ଜମିରେ ପାଣି ମାଡ଼ିଯାଇଥିବା ବେଳେ,ସୌଭାଗ୍ୟବଶତଃ ଜନବସତି ରକ୍ଷା ପାଇଯାଇଛି । ତେବେ ବର୍ତ୍ତମାନ ପାଣିର ସ୍ରୋତ କମିଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି ।