୨୫ ଲକ୍ଷ ଟଙ୍କା ଲଟେରି ଜିତିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷ

ଜୟପୁର: ମାତ୍ର ଗୋଟିଏ ଫୋନ୍‌ କଲ୍‌ ପାଇ ଲଟେରି ଜିତିଥିବା ନେଇ ବିଶ୍ୱାସ କରିନେଲେ ଆଉ ୨୫ ଲକ୍ଷ ଟଙ୍କା ଲଟେରି ଜିତିଥିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଟ୍ୟାକ୍ସ ନାଁରେ ଭିନ୍ନ ଭିନ୍ନ ଆକାଉଣ୍ଟରେ ଜମା କରିଦେଲେ  ଲକ୍ଷାଧିକ ଟଙ୍କା। କୋରାପୁଟ ଜିଲ୍ଲାର ଜଣେ ଯୁବକ ଲଟେରି ଲୋଭରେ ଏଭଳି କିଛି ଠକାମୀର ଶିକାର ହୋଇଥିବା ଘଟଣା ସାମ୍ନାକୁ ଅସିଛି। ଠକାମୀର ଶିକାର ହୋଇଥିବା ଯୁବକଙ୍କ ନାଁ ଭୀମସେନ ଗୌଡ଼। ଦାମନଯୋଡି ମାଳିଗୁଡାରେ ତାଙ୍କ ଘର।

ଭୀମସେନଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ତଳେ ମୁମ୍ବାଇରୁ ରାଣା ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜକୁ ଜିଓ କମ୍ପାନୀର କର୍ମଚାରୀ ଭାବେ ପରିଚୟ ଦେଇ ତାଙ୍କୁ ଫୋନ କରିଥିଲେ।  ଏହାପରେ ସେ ଲଟେରିରେ ୨୫ଲକ୍ଷ ଟଙ୍କା ଜିତିଥିବା କହିଥିଲେ। ତେବେ ଲଟେରି ଟଙ୍କା ପାଇବାକୁ ହେଲେ ଭୀମସେନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ବୋଲି ସେ ଜଣାଇଥିଲେ। ଆଉ ରାଣାଙ୍କ କଥାକୁ ସେ ବିଶ୍ୱାସ କରି ନେଇଥିଲେ।  ପ୍ରଥମେ ୧୨ ହଜାର ଓ ପରେ ୮୦ହଜାର, ଏମିତି ୧୫ ଦିନ ଭିତରେ ୨୦ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ପ୍ରାୟ ୩ ଲକ୍ଷ ୧୫ ହଜାର ଟଙ୍କା ଜମା କରିଥିଲେ।

ରାଣା ଯେତେବେଳେ ପୁଣିଥରେ ଭୀମସେନଙ୍କୁ  ୭୦ହଜାର ୫୦୦ ଟଙ୍କା ଡିପୋଜିଟ୍ କରିବା ପାଇଁ କହିଥିଲେ ଏହାପରେ ସେ ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ।

ତେବେ ଏନେଇ ପୁଲିସ୍‌ କିମ୍ବା କାହାକୁ ଜଣାଇଲେ ଟଙ୍କା ମିଳିବ ନାହିଁ ବୋଲି କୁହାଯାଇଥିବାରୁ ସେ ଥାନାରେ ଅଭିଯୋଗ କରି ନ ଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like