ଦିନେ ଡ୍ରାଇଭର ଥିଲେ, ଏବେ ସଫଳ ଚାଷୀ ବନିଲେ…

ଡ୍ରାଇଭରରୁ ଚାଷୀ...

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା) ଡ୍ରାଇଭରରୁ ପାଲଟିଲେ ସଫଳ ଷ୍ଟ୍ରବେରୀ ଚାଷୀ। କୋରାପୁଟ ଜିଲ୍ଲା ପ୍ରଶାସନରେ ସରକାରୀ ଗାଡି ଚାଳକ ଭାବେ କାର୍ଯ୍ୟରତ କାଳୁ ଚରଣ ଜେନା ଏବେ ଷ୍ଟ୍ରବେରୀ ଚାଷ କରି ସଫଳତା ପାଇଛନ୍ତି। ନିଜ ବାଡି ପଟେ ପ୍ରଥମେ ଗୋଟିଏ ଗଛରୁ ସେ ଆରମ୍ଭ କରିଥିଲେ ଚାଷ କାମ। ପରେ ପରେ ଷ୍ଟବେରୀ ପ୍ରତି ଆଗ୍ରହ ତାଙ୍କୁ ଏହି ଚାଷ ଆଡକୁ ଆକର୍ଷିତ କରିଥିଲା।

ଘର ପଛ ବାଡିପଟେ କମ୍ ଜାଗାରେ ଏବେ ଏକାଧିକ ଷ୍ଟ୍ରବେରୀ ଗଛ ଲଗାଇ ସେ ଚାଷ ଆରମ୍ଭ କରିଛନ୍ତି। ଗଛ ଲଗାଇବାର ତିନି ମାସ ସମୟ ଭିତରେ ଏଗୁଡିକ ବେଶ୍ ଛନଛନିଆ ହୋଇ ବଢିଥିବାବେଳେ ଫଳ ବି ଧରିଗଲାଣି। ଯାହାକୁ ନେଇ ଖୁବ୍ ଖୁସି ଅଛନ୍ତି କାଳୁ ଚରଣ। ସେପଟେ ଷ୍ଟ୍ରବେରୀର ଚାରା ବିଭିନ୍ନ ସ୍ଥାନରେ ସହଜରେ ଉପଲବ୍ଧ ହେଉଥିବାରୁ ଏହି ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବା କହିଛନ୍ତି ପଟ୍ଟାଙ୍ଗି ଉଚ୍ଚ ପତ୍ତନ କୃଷି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ।

ତେବେ କାଳୁ ଚରଣ କହିଛନ୍ତି ଯେ, କୋରାପୁଟରେ ଏହି ଚାଷ ହେବ କି ନାହିଁ ମୁଁ ନିଜେ ସନ୍ଦେହରେ ଥିଲି। କିନ୍ତୁ ଷ୍ଟ୍ରବେରୀ ଗଛ ମତେ ଜଣେ ଦେଇଥିଲେ। ଆଉ ଏହା ପରେ ଚେଷ୍ଟା  ବହୁତ ଚେଷ୍ଟା ବି କରିଥିଲି। ପରେ ମୋର ପୁଅର ସାହାଯ୍ୟରେ ଏହି ଗଛ ଲଗାଇଥିଲି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଗଛ ପଛରେ ମତେ ବେଶି ଟଙ୍କା ଖର୍ଚ୍ଚ କରିବାକୁ ପଡିନାହିଁ। କେବଳ ଗୋବର ଖତ ସାହାଯ୍ୟରେ ଏହି ଗଛକୁ ମୁଁ ବଡ କରିଛି।  କେବଳ ପୋକ ନହେବା ଲାଗି ଲିମ୍ବ ପାଣି ସ୍ପ୍ରେ କରିଥିବା କାଳୁଚରଣ କହିଛନ୍ତି।

ସେପଟେ ପଟ୍ଟାଙ୍ଗି ଉଚ୍ଚ ପତ୍ତନ କୃଷି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ଯେ, ସାଧାରଣତଃ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ବାଙ୍ଗାଲୋର ସିଟିରେ ଷ୍ଟ୍ରବେରୀ ଚାଷ ହୋଇଥାଏ। କିନ୍ତୁ କୋରାପୁଟରେ ବି ଏହି ଚାଷ ଭଲରେ ହୋଇଛି। ଏହି ଚାଷ ଲାଗି ଉଷ୍ମ ଓ ଆଦ୍ର ଜଳବାୟୁର ଆବଶ୍ୟକତା ରହିଛି। ଏହାସହ ତାପମାତ୍ର ୨୦ ରୁ ୩୦ ଡିଗ୍ରୀ ରହିବା ଦରକାର ବୋଲି ନିର୍ଦ୍ଦେଶକ କହିଛନ୍ତି।

ନିଜ ବାଡ଼ିରେ କୁଳମଣି ଅନେକ ସମୟରେ ସମୟ ଅତିବାହିତ କରନ୍ତି। ଗଛ ଗୁଡ଼ିକରେ ଅତ୍ୟନ୍ତ ସୁନ୍ଦର ଭାବରେ ଯତ୍ନ ନେବା ସହ ସେମାନଙ୍କର ଉତ୍ତମ ଜଗାରଖା କରୁଥିବା ନେଇ ସ୍ଥାନୀୟ ଲୋକ ମଧ୍ୟ କହିଛନ୍ତି। ନିଜର ନିଆରା ଇଚ୍ଛାଶକ୍ତି ବଳରେ କୋରାପୁଟରେ ଜଣେ ସଫଳ ଷ୍ଟ୍ରବେରୀ ଚାଷୀ ହୋଇପାରିଛନ୍ତି କାଳୁ ଚରଣ।

You might also like