କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

କୋରାପୁଟ: ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଜବତ ହୋଇଛି କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ। ତା ପୁଣି ଜଣେ ବ୍ୟକ୍ତିଙ୍କ ଘରୁ। କୋରାପୁଟ ମାଛକୁଣ୍ଡ ଥାନା ଏକଟାପୁଟ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୧୩ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି।

ଗତକାଲି ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏକଟାପୁଟ ଗାଁରେ ଚଢ଼ଉ କରିଥିଲେ। ପ୍ରାୟ ୩ ଘଣ୍ଟାର ଅପରେସନ୍ ପରେ ଗଞ୍ଜେଇ ରାକେଟ୍‌କୁ ଠାବ କରିଥିଲା ପୋଲିସ୍।

ତେବେ ଘଟଣାସ୍ଥଳରୁ ୨ ଜଣ ଅଭିଯୁକ୍ତ ଚମ୍ପଟ୍ ମାରିଛନ୍ତି। ହେଲେ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଏତେ ପରିମାଣର ଗଞ୍ଜେଇ କିପରି ଆସିଲା ତାକୁ ନେଇ ଏବେ ସନ୍ଦେହ ବଢ଼ିଛି। ଏହି ଗଞ୍ଜେଇ ରାକେଟ୍‌ରେ କିଏ କିଏ ସାମିଲ ସେ ନେଇ ପୋଲିସ ଓ ଅବକାରୀ ବିଭାଗ ଖୋଳତାଡ଼ କରୁଛି।

You might also like