ଓଡ଼ିଶାର ପୁଣି ଜଣେ ବିଧାୟକଙ୍କୁ କରୋନା

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀ କରୋନାରେ ସଂକ୍ରମିତ ହୋଇଛନ୍ତି। ନିଜେ ବିଧାୟକ ଏନେଇ ତାଙ୍କ ଫେସବୁକ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। କରୋନା ପଜିଟିଭ ଚିହ୍ଟଟ ହେବା ପରେ ସେ ହୋମ କ୍ୱାରେଣ୍ଟିନରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ବିଧାୟକ। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ପଟାଙ୍ଗି ବିଧାୟକ ପରାମର୍ଶ ଦେଇଛନ୍ତି।

ଏହା ପୂର୍ବରୁ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ପାଙ୍ଗି ସୂଚନା ଦେଇଥିଲେ।

ଏଥିସହିତ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଗଞ୍ଜାମ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ନୀଳିଗିରି ବିଧାୟ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like