• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କୋରାପୁଟ ( ସୂର୍ଯ୍ୟ ପଣ୍ଡା) : କୋରାପୁଟ ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ମାମଲା। ବିଧାୟକ ରଘୁରାମ ପୋଡାଲଙ୍କ ଜନ୍ମ ତାରିଖକୁ ନେଇ ମାମଲା ଦାୟର କରିଛନ୍ତି ଆଇନଜୀବୀ କୃଷ୍ଣଚନ୍ଦ୍ର ସଁ।

ବିଧାନସଭା ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଥିବା ଜନ୍ମଦିନ ତାରିଖକୁ ନେଇ ଦାଏର ହୋଇଛି ଏହି ମାମଲା।  ୨୦୦୯ ଓ ୨୦୧୯ ବିଧାନସଭା ନିର୍ବାଚନରେ ଦେଇଥିବା ସତ୍ୟପାଠରେ ଜନ୍ମତାରିଖ ଅଲଗା ଅଲଗା ରହିବାକୁ ନେଇ ଏହି ମାମଲା ରୁଜୁ ହୋଇଛି।

୨୦୦୯ ନିର୍ବାଚନରେ ସୁଙ୍କି ସ୍କୁଲରେ ଦଶମ ଶ୍ରେଣୀ ପଢୁଥିବା ନେଇ ପ୍ରମାଣ ପତ୍ର ଦାଖଲ କରିଥିବାବେଳେ ୨୦୧୯ ନିର୍ବାଚନରେ ସୁନାବେଡା ସ୍କୁଲରେ ଅଷ୍ଟମ ଶ୍ରେଣୀ ପଢୁଥିବା ଦର୍ଶାଇଥିଲେ। ୨୦୦୯ରେ ଜନ୍ମ ବର୍ଷ ୧୯୬୮ ଥିବାବେଳେ ୨୦୧୯ରେ ଜନ୍ମ ବର୍ଷ ୧୯୭୦ ଦର୍ଶାଇଥିବା ଅଭିଯୋଗ ହୋଇଛି।  ଏହା ସହ ଦୁଇଟି ସ୍ଥାନରୁ ଆବାସିକ ପ୍ରମାଣପତ୍ର ଦାଖଲ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସମ୍ପୃକ୍ତ ଆଇନଜୀବୀ।

ସେପଟେ ଆଇନଜୀବୀଙ୍କ ଅଭିଯୋଗ ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

https://youtu.be/5CTHoP4ccK4

Koraput-mla-in-dock-after-petition-in-orissa-high-court
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories