କୋରାପୁଟକୁ ମିଳିବ ଜାତୀୟ ଜଳ ପୁରସ୍କାର

କୋରାପୁଟ : କୋରାପୁଟକୁ ମିଳିବ ଜାତୀୟ ଜଳ ପୁରସ୍କାର। ପ୍ରତି ଇଞ୍ଚ ମାଟି ଓ ପ୍ରତି ବିନ୍ଦୁ ଜଳର ସଦୁପଯୋଗ କରି କୋରାପୁଟ ଜିଲ୍ଲା ୨୦୧୮ମସିହା ବର୍ଷ ପାଇଁ ଜାତୀୟ ଜଳ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛି।

କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ଠାରୁ ଏ ସଂକ୍ରାନ୍ତରେ ଚିଠି ପାଇବା ପରେ ପୁରସ୍କାର ଗ୍ରହଣ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି କୋରାପୁଟ ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ।

ସେ କହିଛନ୍ତି, ଜଳ ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ଗତ କିଛି ବର୍ଷ ଧରି ଚାଲିଥିବା ନିରନ୍ତର ପ୍ରୟାସର ଫଳ ସ୍ୱରୂପ ଏହି ପୁରସ୍କାର ମିଳିଛି। ଜଳ ସଂରକ୍ଷଣ ଓ ଏହାର ଉଚିତ ବ୍ୟବହାର ଫଳରେ ଜିଲ୍ଲାକୁ ମିଳିଥିବା ଜାତୀୟ ଜଳ ପୁରସ୍କାର ଏହି ଦିଗରେ ହେଉଥିବା ପ୍ରୟାସକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଶ୍ରୀ କାଲୋ ଆଶା ରଖିଛନ୍ତି।

 

You might also like