ଲୁହା ଭାରାରୁ ମୁକୁଳିବ କୋଣାର୍କ ସୂର୍ଯ୍ୟ ମନ୍ଦିର

ପୁରୀ: ଲୁହା ଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି।

ଆଜି ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ବିଶେଷଜ୍ଞ ଟିମ୍‌ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି। ଏମାନଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଇଞ୍ଜିନିୟରିଂ ଟିମ୍‌ ମନ୍ଦିରର ବାହ୍ୟ ପାର୍ଶ୍ୱ ଓ ଗର୍ଭଗୃହର ସ୍ଥିତି ଯାଞ୍ଚ୍ କରିଛନ୍ତି। ୨ ମାସ ମଧ୍ୟରେ ମନ୍ଦିର ଚତୁଃପାର୍ଶ୍ୱରୁ ସଂପୂର୍ଣ୍ଣ ଲୁହାଭାର କଢ଼ାଯାଇ ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି।

ବିଶେଷଜ୍ଞ ଟିମ୍ ମନ୍ଦିରର ପ୍ରଥମ ପିଢ଼ଠାରୁ ମନ୍ଦିର ଚୂଳ ଓ ଗର୍ଭଗୃହରେ ଥିବା ବାଲିର ସ୍ଥିତି ଜାଣିବା ପାଇଁ ଗର୍ଭଗୃହ ବାଲିର ନମୂନା ସଂଗ୍ରହ କରିଥିଲେ। ବିପଦଜ୍ଜନକ ଭାବେ ଥିବା ପଥର ଖଣ୍ଡଗୁଡ଼ିକ ନଖସିବା ପାଇଁ ଲୁହା ପାଇପ ଭାର ଲଗାଯାଇଥିଲା। ଲୁହା ପାଇପ୍‌ ଭାର ଦୀର୍ଘ ବର୍ଷ ହେଲା ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ପର୍ଯ୍ୟଟକମାନେ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ମଧ୍ୟ ହେଉଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like