ବଦଳିଲା କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ର ସମୟରେ ପରିବର୍ତ୍ତନ ହୋଇଛି।  ଆଜିଠାରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟକମାନେ ଏହି ସମୟ ମଧ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିପାରିବେ।

ସେହିପରି ସନ୍ଧ୍ୟା ସାଢେ ୬ଟାରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ ପର୍ଯ୍ୟନ୍ତ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ଅନୁଷ୍ଠିତ ହେବ। କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସନ୍ଧ୍ୟାରେ ଏହି ଶୋ’ର ମଜା ନେଇପାରିବେ।

You might also like