ପର୍ଯ୍ୟଟକଙ୍କ ପାଇଁ ଖୋଲିପାରେ କୋଣାର୍କ ସୂର୍ଯ୍ୟମନ୍ଦିର

କୋଣାର୍କ: ଜୁଲାଇ ୬ ତାରିଖରେ ଖୋଲିପାରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର। କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖରୁ ବ୍ଲାକ ପାଗୋଡ଼ା କୋଣାର୍କ ସୂର୍ଯ୍ୟମନ୍ଦିର ଖାଁ ଖାଁ ରହିଛି। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ ଉପରେ ର୍ନିଭରଶୀଳ କୋଣାର୍କର ହୋଟେଲ ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀ , ଗାଇଡ଼ , ଫଟୋଗ୍ରାଫରଙ୍କ ସହ କୋଣାର୍କ ଅଂଚଳର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।

कोणार्क के सूर्य मंदिर में उपलब्ध ...

୩ ମାସରୁ ଅଧିକ ସମୟ ଧରି କୋଣାର୍କକୁ ପର୍ଯ୍ୟଟକଙ୍କ ଯିବାଆସିବା ବନ୍ଦ ହୋଇଯାଇଛି। ତେବେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳୀ ସମେତ ଆମ ରାଜ୍ୟର ୭୯ଟି ଐତିହ୍ୟ ସ୍ଥଳୀକୁ ଜୁଲାଇ ୬ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିକୁ ସ୍ଥାନୀୟ ଅଂଚଳବାସୀ ସ୍ୱାଗତ କରିଛନ୍ତି।

क्या आप जानते हैं सूर्य देव के ऐसे ...

ସେପଟେ ପ୍ରାଚୀନ ଐତିହ୍ୟ ଖୋଲିବା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଶେଷ ନିଷ୍ପତ୍ତି ନେବ ବୋଲି ଏଏସଆଇ ରାଜ୍ୟ ସୁପରିଟେଣ୍ଡେଣ୍ଟ କହିଛନ୍ତି। ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ପାଇଁ ପ୍ରତିଦିନ ମୋଟ ୨୫ ଶହ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ। ତେବେ ଲାଇଟ ଆଣ୍ଡ ସାଉଣ୍ଡ ସୋ ବନ୍ଦ ରହିବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି।

You might also like