ରାମଚଣ୍ଡୀରେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ପାଇଁ ପ୍ରସ୍ତୁତି; ବାହାର ଲୋକଙ୍କୁ ପ୍ରବେଶ ମନା

କୋଣାର୍କ: କରୋନା କଟକଣା ସତ୍ତ୍ୱେ ଚଳିତବର୍ଷ ରାମଚଣ୍ଡୀର କୁଶଭଦ୍ରା ମୁହାଣ ନିକଟରେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆରମ୍ଭ ହେବ। ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ଥିବା ଏହି ଫେଷ୍ଟିଭାଲ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସମୀକ୍ଷା କରିଛନ୍ତି।

ଗୁଜରାଟର କଚ୍ଛଠାରେ ହେଉଥିବା ରେନ୍ ଉତ୍ସବ ଶୈଳୀରେ ଗତବର୍ଷଠାରୁ ଆୟୋଜିତ ଏହି ଉତ୍ସବ ସଫଳ ହୋଇଥିଲା। ଚଳିତ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯିବ। ଡିସେମ୍ବର ୧ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍ ଆରମ୍ଭ ହେବ।

୩ ମାସ ଧରି ପର୍ଯ୍ୟଟକମାନେ ୫୦ଟି କଟେଜରେ ରହିବା ସହ ରାମଚଣ୍ଡୀର ସ୍ୱର୍ଣ୍ଣାଭ ବେଳାଭୂମି, କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଓ ଆଖପାଖ ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ।

You might also like