ସମସ୍ୟା ଘେରରେ କୋଲାବ ପ୍ରକଳ୍ପର ବିସ୍ଥାପିତ

କୋରାପୁଟ: ପାଣି ନାହିଁ ତ ଭୋଟ୍‌ ନାହିଁ। କୋଲାବ ପ୍ରକଳ୍ପର ବିସ୍ଥାପିତ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କଲୋନୀରେ ପିଇବା ପାଣି, ରାସ୍ତାଘାଟ ଓ ଚାଷ ଜମିରେ ଜଳସେଚନ ସମସ୍ୟା ଲାଗି ବିସ୍ଥାପିତ ବହୁ ହଇରାଣ ହେଉଛନ୍ତି। ଏପରିକି ଏନେଇ ଜିଲ୍ଳା ପ୍ରଶାସନଠାରୁ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ।

ସମସ୍ୟା ଘେରରେ କୋଲାବ ପ୍ରକଳ୍ପ ବିସ୍ଥାପିତ। ପିଇବା ପାଣି, ଗମନାଗମନ କି ଜଳସେଚନ ପାଇଁ କୌଣସି ସୁବିଧା ନାହିଁ। ବିସ୍ଥାପିତଙ୍କ ପାଇଁ କୋଲାବ ଜଳସେଚନ ପ୍ରକଳ୍ପ ସତେ ଯେମିତି ଅଭିଶାପ ସାଜିଛି। କୋଟପାଡ ବ୍ଲକ୍‌ ବତାଶନା ପଞ୍ଚାୟତର ୭ନଂ କଲୋନୀକୁ ଦେଖିଲେ ସମସ୍ୟା ସ୍ପଷ୍ଟ ବାରି ହୋଇ ପଡୁଛି।

୧୪୩ ବିସ୍ଥାପିତ ପରିବାରଙ୍କ ଲାଗି ମାତ୍ର ଗୋଟିଏ ନଳକୂପ ରହିଛି। ସେହପରି ବୋରିଗୁମ୍ମା ବ୍ଲକ୍‌ ଶଶାହାଣ୍ଡି ପଞ୍ଚାୟତରେ ଥିବା ୪, ୫ ଓ ୬ ନଂ କଲୋନୀରେ ବି ସମାନ ଅବସ୍ଥା। ୪ଟି ନଳକୂପ ମଧ୍ୟରୁ ଗୋଟିଏରେ ଭଲ ପାଣି ବାହାରୁଥିବା ବେଳେ ଅନ୍ୟ ତିନୋଟିରେ ଲୁହା ପାଣି ବାହାରୁଛି। ଗମନାଗମନ ଲାଗି ଭଲ ରାସ୍ତାଟିଏ ନ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ ପାଇଁ ସେମାନେ ଚେତାବନୀ ଦେଇଛନ୍ତି।

୧୯୮୦ ମସିହାରେ କୋଲାବ ଜଳସେଚନ ପ୍ରକଳ୍ପ ନିର୍ମାଣ ବେଳେ କୋରାପୁଟ, ସେମିଳିଗୁଡା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ଶହ ଶହ ପରିବାର ବିସ୍ଥାପିତ ହୋଇଥିଲେ। ସେମାନଙ୍କୁ କୋଟପାଡ ଓ ବୋରିଗୁମ୍ମା ବ୍ଲକର ଖାଲି ସ୍ଥାନରେ କଲୋନୀ ନାମରେ ଥଇଥାନ କରିଥିଲେ ହେଁ ଆଜିଯାଏ କଲୋନୀର ନାମ ପରିବର୍ତ୍ତନ ହୋଇନି।

ଫଳରେ ଠିକ୍‌ରେ ଥଇଥାନ କରାଯାଇନଥିବାରୁ ବିସ୍ଥାପିତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

You might also like