ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ଏମିତି କହିଲେ ପୁଲିସ୍‌ କମିଶନର

କଟକ: ରହସ୍ୟ ଘେରରେ ସିନେମା ତଥା ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ୍‌ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି।

ଅପମୃତ୍ୟୁ ମାମଲା ପରେ ଶବ ବ୍ୟବଚ୍ଛେଦ ହୋଇଛି। ଯଦି କୌଣସି ଅଭିଯୋଗ ଆସେ ଏବଂ ଶବ ବ୍ୟବଚ୍ଛେଦ ପରେ ମଧ୍ୟ ଯଦି ରିପୋର୍ଟ କିଛି ସେଇ ପ୍ରକାର ଆସେ, ଯେଉଁ ଫଳରେ କେସ୍‌କୁ ଟର୍ଣ୍ଣ କରି ହେବ। ସେ ବିଷୟରେ ମଧ୍ୟ ଅନୁସନ୍ଧାନ ଜାରି ରହିଛି ବୋଲି ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି।

ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ନିକିତାଙ୍କ ମୃତ୍ୟୁ ହୋଇଥିଲା। ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

 

You might also like