‘ମୋତେ ଥାର୍ଡ ଫ୍ଲୋରରୁ ଖବର ଆସୁଛି…’

ଭୁବନେଶ୍ୱର: ସ୍ଥାନୀୟ ପୋଲିସ୍‌ ବିରୋଧରେ ନିଲମ୍ବିତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ପୋଲିସ୍‌ ଡିଜିଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ସମର୍ଥକ ଓ ସମ୍ପର୍କୀୟଙ୍କୁ ପୋଲିସ ହଇରାଣ କରୁଥିବା ସହ ଥାର୍ଡ ଡିଗ୍ରୀ ଦେଉଥିବା ପ୍ରଦୀପ ପାଣିଗ୍ରାହୀ ଚିଠିରେ ଉଲ୍ଲେଖ କରିଛନ୍ତି। 

ପ୍ରଦୀପ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ପୁରୀ ହାଜତ ମୃତ୍ୟୁରୁ ପରୀ ହତ୍ୟା ପର୍ଯ୍ୟନ୍ତ ଅନେକ ଘଟଣାର ତଦନ୍ତ ହେଉନି। ହେଲେ ତାଙ୍କ ନାଁରେ ଏତଲା କି ଅଭିଯୋଗ ନ ଥାଇ ବି ତାଙ୍କୁ ହଇରାଣ କରାଯାଉଛି। ମୋ ଲୋକଙ୍କୁ ହଇରାଣ କରାଯାଉଛି ଏବଂ ଥାର୍ଡ ଡିଗ୍ରୀ ଦିଆଯାଉଛି। ପୋଲିସ୍‌ ଉଦ୍ଦେଶ୍ୟମୂଳକ ଭାବେ କାମ କରୁଛି ବୋଲି ପ୍ରଦୀପ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାସହ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ‘ମୋତେ ଥାର୍ଡ ଫ୍ଲୋରରୁ ଖବର ଆସୁଛି…ମାନସ ମଙ୍ଗରାଜ ଖାଲି ମୋତେ ଫୋନ୍‌ ଉପରେ ଫୋନ୍‌ କରୁଛନ୍ତି, ବୁଝାଉଛନ୍ତି…’

ଦେଖନ୍ତୁ ଏହି ଭିଡିଓ, କ’ଣ କହୁଛନ୍ତି ପ୍ରଦୀପ ପାଣିଗ୍ରାହୀ…

You might also like