ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର, ମାଲକାନଗିରିରେ ୯୧ ଟଙ୍କା ଟପିଲା ପେଟ୍ରୋଲ ଦର
ଭୁବନେଶ୍ୱର/ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ ଟଙ୍କା ଟପିଛି।
ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୪୨ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି ୮୭ ଟଙ୍କା ୫୬ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୮୬ ଟଙ୍କା ୩୬ ଓ ଡିଜେଲ୍ ୮୨ ଟଙ୍କା ୬୬ ପଇସା ହୋଇଛି। ସେହିପରି ରାଉରକେଲାରେ ପେଟ୍ରୋଲ ଲିଟର ପ୍ରତି ୮୭ ଟଙ୍କା ୩୮ ପଇସା ହୋଇଥିବା ବେଳେ ଡିଜେଲ ପହଞ୍ଚିଛି ୮୩ ଟଙ୍କା ୬୫ ପଇସା।
ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଆଜି ୮୫ ଟଙ୍କା ୭୦ ପଇସା ଥିବାବେଳେ ମୁମ୍ବାଇରେ ୯୨ ଟଙ୍କା ୨୮ ପଇସା, କୋଲକାତାରେ ୮୭ ଟଙ୍କା ୧୧ ପଇସା ଓ ଚେନ୍ନାଇରେ ୮୮ ଟଙ୍କା ୨୯ ପଇସା ରହିଛି।
ସେହିପରି, ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୭୫ ଟଙ୍କା ୮୮ ପଇସା ଥିବାବେଳେ ମୁମ୍ବାଇରେ ୮୨ ଟଙ୍କା ୬୬ ପଇସା, କୋଲକାତାରେ ୭୯ ଟଙ୍କା ୪୮ ପଇସା ଓ ଚେନ୍ନାଇରେ ୮୧ ଟଙ୍କା ୧୪ ପଇସା ରହିଛି। ଗତ ସପ୍ତାହରେ ଏଇ ୪ ମେଟ୍ରୋ ସହରରେ ୪ ଥର ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ହୋଇଥିଲା।
ଏହା ପୂର୍ବରୁ ଜାନୁଆରୀ ୧୩ରେ ରେକର୍ଡ ସ୍ତରରେ ପହଞ୍ଚିଥିଲା ପେଟ୍ରୋଲ ଓ ଡିଜେଲ ଦର। ଜାନୁଆରୀ ୬ ଓ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହି ୨ ଦିନରେ ପେଟ୍ରୋଲ ଲିଟର ପିଛା ୪୯ ପଇସା ବଢ଼ି ଥିବାବେଳେ ଡିଜେଲ ଲିଟର ପିଛା ୫୧ ପଇସା ବୃଦ୍ଧି ପାଇଥିଲା। ତେବେ ଡିସେମ୍ବର ୬ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ଥିଲା।