ନୂଆ ୨୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ସମସ୍ତେ ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ନୂଆ ୨୦ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଓ ଜଣେ ମହିଳା।

ପୁରୁଷଙ୍କ ବୟସ ୧୮ବର୍ଷରୁ ୫୦ ବର୍ଷ ବୟସ ମଧ୍ୟରେ ରହିଛି। ମହିଳାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ସୁରତ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସମସ୍ତେ କ୍ୱାରେଣ୍ଟିନ୍‌ରେ ରହିଥିଲେ।

ସେହିଭଳି ମୟୂରଭଞ୍ଜର ୩ ଆକ୍ରାନ୍ତଙ୍କ ବୟସ ୨୧, ୩୬ ଓ ୪୪ ବର୍ଷ। ସମସ୍ତ ଆକ୍ରାନ୍ତ ପୁରୁଷ। ଏମାନେ ମଧ୍ୟ ସୁରତ ଫେରନ୍ତା ବୋଲି ସୂଚନା ଦିଆଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଦିନକରେ ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ

You might also like