• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବାଲେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।

ଏହି ନୂଆ ୫ କରୋନା ଆକ୍ରାନ୍ତ‌ ବାଲେଶ୍ୱରର। ଚିହ୍ନଟ ୫ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମହିଳାମାନଙ୍କ ବୟସ ହେଲା ୫୫ ବର୍ଷ, ୨୨ ବର୍ଷ, ୨୩ ବର୍ଷ ଓ ୨୯ ବର୍ଷ। ପୁରୁଷ ଆକ୍ରାନ୍ତଙ୍କ ବୟସ ୨୭ ବର୍ଷ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଏମାନଙ୍କଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖା ଦେଇଥିଲା ଓ ସମସ୍ତେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏମାନଙ୍କର କରୋନା ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ପ୍ରଶାସନ।

ଗତକାଲି ୨୨୮୭ଟି ନମୁନା ପରୀକ୍ଷା ହୋଇଥିବାବେଳେ ୫ଟି ପଜିଟିଭ୍ ଆସିଥିଲା। ଏହି ୫ଟି ବାଲେଶ୍ୱର ଜିଲ୍ଲାର। ଏହାକୁ ମିଶାଇ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚି ଥିବାବେଳେ ଓ ସମସ୍ତେ ଚିକିତ୍ସାଧିନ ଅଛନ୍ତି।

ବାଲେଶ୍ୱର ଓ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ଉପରେ ନଜର ରଖିବା, ଲକଡାଉନ ନିୟମାବଳୀ ପାଳନର ତଦାରଖ ଓ ମୁକାବିଲା ପଦକ୍ଷେପ ପାଇଁ ଅବଜରଭର ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇଏଏସ୍ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି। ା

Know-the-details-about-5-more-covid19-patients-of-balasore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories