୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲାରୁ ସମସ୍ତ ୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ପୁରୁଷ ଓ ଜଣେ ଯୁବତୀ ଅଛନ୍ତି।

ଜଣେ ୫୬ ବର୍ଷୀୟ ବ୍ୟକ୍ତି ଅନ୍ୟ ଜଣେ ୧୮ ବର୍ଷୀୟ ଯୁବତୀ ଜିଲ୍ଲାର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା କଟିକଟା ଅଞ୍ଚଳର ଉଭୟ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭ ସଂସ୍ପର୍ଶରେ ଆସିଥିଲେ। ଚିହ୍ନଟଙ୍କ ମଧ୍ୟରେ ଆଉ ଜଣେ ୬୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ତାଙ୍କ ପାଖରେ କୌଣସି କରୋନା ଲକ୍ଷଣ ନ ଥିଲା।

ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍ ରହିଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

You might also like