ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତି ତାଲିକା ଦେଇଛନ୍ତି।୨୦୨୦, ମାର୍ଚ୍ଚ ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଜମା ବାବଦରେ ରହିଛି ୧୩ କୋଟି ୧ ଲକ୍ଷ ୬ହଜାର ୧୧ ଟଙ୍କା।

ଦିଲ୍ଲୀ, ଭୁବନେଶ୍ୱର, ହିଞ୍ଜିଳିକାଟୁ ଏବଂ ବରଗଡ଼ ପଦ୍ମପୁରର ୭ଟି ବ୍ୟାଙ୍କରେ ଏହି ଜମା ରଖିଛନ୍ତି ନବୀନ। ଏହାମଧ୍ୟରୁ ହିଞ୍ଜିଳିକାଟୁ ଏବଂ ପଦ୍ମପୁର SBI ବ୍ରାଞ୍ଚରେ ୨୦୧୯ ସାଧାରଣ ନିର୍ବାଚନ ବେଳେ ନବୀନଙ୍କ ଆକାଉଣ୍ଟ ଖୋଲାଯାଇଥିଲା। ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଦିଲ୍ଲୀ ଜନପଥ ଶାଖାରେ ନବୀନଙ୍କ ସର୍ବାଧିକ ୧କୋଟି ୩ଲକ୍ଷ ୧୩ହଜାର ୪୯୯ ଟଙ୍କା ଜମା ରହିିଛି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନା ଅଳଙ୍କାର ରହିଛି। ଏବେବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧୯୮୦ ମଡେଲର ଆମ୍ବାସଡର କାର୍‌। ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତି ମଧ୍ୟରେ ରହିିଛି ଫରିଦାବାଦର ତିକ୍ରିଖେରା ଥିବା ଜମି ଓ କୋଠା। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ହେବ।

ନବୀନ ନିବାସରେ ଦୁଇ ତୃତୀୟାଂଶ ସେୟାର ଏବଂ ନୂଆଦିଲ୍ଲୀରେ ଥିବା ସମ୍ପତ୍ତିର ୫୦ ପ୍ରତିଶତ ସେୟାର। ଫରିଦାବାଦରେ ଥିବା ଜମି ବିକ୍ରି ଉପରେ ନବୀନ ୧କୋଟି ୨୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଛନ୍ତି। ସିଏମଓ ୱେବ୍‌ସାଇଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଉପଲବ୍ଧ ରହିଛି।

ସବୁଠାରୁ ବଡ଼ କଥା ହେଉଛି, ଗତବର୍ଷ ଠାରୁ ଚଳିତବର୍ଷ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବଢିଛି। ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି।

You might also like