ଏମିତି ପାଳନ୍ତୁ ସୁରକ୍ଷିତ ଦୀପାବଳି
ଭୁବନେଶ୍ୱର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର, ସବୁଠି ଉତ୍ସବର ମାହୋଲ୍। ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି।
ବାଣ ଫୁଟାଇବା ସମୟରେ ଅନେକ ଅଘଟଣ ଘଟି ବହୁ ଲୋକ ମୃତାହତ ହୋଇଥାନ୍ତି। ତେଣୁ ଏହି ସମୟରେ ସତର୍କ ରହିବା ଜରୁରୀ।
ତେବେ ବାଣ ଫୁଟାଇବା ବେଳେ କ’ଣ କ’ଣ ସତର୍କତା ଅବଲମ୍ବନ କରିବା ଆସନ୍ତୁ ଜାଣିବା…
ବାଣ ଫୁଟାଇବା ବେଳେ କଣ କରିବେ….
- ସୂତା ପୋଷାକ ପିନ୍ଧନ୍ତୁ
- ବାଣ ଫୁଟାଇବା ସ୍ଥାନରେ ପାଣି, ବାଲି ଓ ଫାଷ୍ଟଏଡ୍ ବକ୍ସ ରଖନ୍ତୁ
- ଖୋଲା ପଡ଼ିଆରେ ବାଣ ଫୁଟାନ୍ତୁ
- ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ
- ବ୍ରାଣ୍ଡେଡ୍ ଓ ଆଇଏସ୍ଆଇ ମାର୍କ ଥିବା ବାଣ କିଣନ୍ତୁ
- ଶ୍ୱାସରୋଗୀଙ୍କ ପାଖରେ ଇନହେଲର୍ ରଖନ୍ତୁ
- ପିଲାଙ୍କୁ ଏକାକି ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ
- ବାଣକୁ ହାତରେ ନ ଧରି ନିରାପଦ ଦୂରତାରେ ରହି ଅଗ୍ନି ସଂଯୋଗ କରନ୍ତୁ
- ବାଣ ଫୁଟାଇବା ସମୟରେ ଘରର ଝରକା ବନ୍ଦ ରଖନ୍ତୁ
- ଦେହରେ ନିଆଁ ଲାଗିଲେ, ସେଥିରେ ଥଣ୍ଡା ପାଣି ଢ଼ାଳନ୍ତୁ
- ବାଣ ଫୁଟାଇବା ସମୟରେ ପୂରା ପୋଷାକ, ମୁଣ୍ଡରେ ଟୋପି ଓ ଚଷମା ପିନ୍ଧନ୍ତୁ
ବାଣ ଫୁଟାଇବା ବେଳେ କଣ କରିବେ ନାହିଁ….
- ବାଣ ଫୁଟାଇବା ବେଳେ ଆଖିରେ ହାତ ମାରନ୍ତୁ ନାହିଁ
- ଡାକ୍ତରଖାନା, ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଓ ନିଷେଧ ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ
- ଅଧିକ ଆଘାତ ପାଇଲେ ନିଜେ ନିଜେ ଚିକିତ୍ସା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ବାଣ ଫୁଟାଇବାବେଳେ ସତର୍କତା….
- ବାଣ ଫୁଟାଇଲା ବେଳେ ଫୁଲ୍ ସ୍ଲିଭ୍ ଡ୍ରେସ୍ ପିନ୍ଧନ୍ତୁ
- ଖାଲି ପାଦରେ ଆଦୌ ରୁହନ୍ତୁ ନାହିଁ
- ବାଣରେ ନିଆଁ ଲଗାଇଲା ବେଳେ ଦୂରତା ରଖନ୍ତୁ
- ଛୋଟ ଛୁଆଙ୍କୁ ବାଣଠାରୁ ଦୂରେଇ ରଖନ୍ତୁ
- ବାଣ ଫୁଟାଇବା ପରେ କି ବାଣ ବିକ୍ରି କରୁଥିଲେ ହାତକୁ ଭଲ ଭାବେ ଧୁଅନ୍ତୁ