ସବୁରି ମୁହଁରେ ଗୋଟିଏ କଥା-‘କିଏ ବୁଝିବ ହୃଦୟର ଦୁଃଖ’

ଭୁବନେଶ୍ୱର: ସାତ ସାତ ଥରର ବିଧାୟକ, ପଞ୍ଚାୟତିରାଜ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ।  ଓଡ଼ିଶା ରାଜନୀତିରେ ଦୀର୍ଘ ୪ ଦଶନ୍ଧିର ଯାତ୍ରା । ହେଲେ ଏହି ଯାତ୍ରାରେ ଏବେ ପଡ଼ି ଯାଇଛି ଯବନିକା । ରାଜନୀତିର ମହାରଥୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ସହ ସରି ଯାଇଛି ଏହି ଯାତ୍ରା।  ପ୍ରଦୀପ ମହାରଥୀ କେବଳ ଯେ ରାଜନୀତିର ମହାରଥୀ ଥିଲେ ତା ନୁହେଁ,  ଯାତ୍ରା ଜଗତର ମହାରଥୀ ବି ଥିଲେ ।  ସେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଗଣନାଟ୍ୟ, ଯାହାକି ତାଙ୍କୁ ଝୁରୁଛି, ତାଙ୍କ ଅବର୍ତ୍ତମାନରେ …।

କିଏ କହେ ଅପ୍ରତିଦ୍ୱନ୍ଦ୍ୱୀ, ତ ଆଉ କିଏ କହେ ଚର୍ଚ୍ଚିତ ଓ ବିବାଦୀୟ । ରାଜନୀତି ଜଗତରେ ସିନା ତାଙ୍କର ଏଭଳି ପରିଚୟ ହେଲେ କଳାକାରଙ୍କ ଗହଣରେ ସେ ଥିଲେ ଦରଦୀ, ସ୍ନେହୀ, ଖୁବ୍ ଆପଣାର ମଣିଷଟିଏ । କଳାକାରର ମନକୁ ବୁଝୁଥିବା ମନଟିଏ। ଅନ୍ତରରେ କିଛି ନରଖି, ସବୁ ସମସ୍ତଙ୍କ ଆଗରେ ନିର୍ଦ୍ୱନ୍ଦ୍ୱରେ ସବୁକିଛି ଅଜାଡ଼ି ଦେଉଥିବା ଅନ୍ନଦାତାଟିଏ।

ପ୍ରଦୀପ ମହାରଥୀ ଓଡ଼ିଆ ଯାତ୍ରାପ୍ରେମୀଙ୍କର ଅତି ଲୋକପ୍ରିୟ । କଳିଙ୍ଗ ଗଣନାଟ୍ୟ ତାଙ୍କରି ମାନସ ସନ୍ତାନ । ଖାଲି ମାଲିକ କି ପ୍ରଯୋଜକ ନୁହେଁ,  ତାଙ୍କ ପ୍ରୋତ୍ସାହନରେ, ତାଙ୍କ ନିର୍ଦ୍ଦେଶନାରେ ନିଜ ଭାଗ୍ୟ ଲେଖିଛନ୍ତି ଅନେକ ଆଗଧାଡ଼ିର ଯାତ୍ରା କଳାକାର। ଆଉ ଯେଉଁମାନେ କଳିଙ୍ଗରେ କାମ କରିବାର ସୁଯୋଗ ପାଇନାହାନ୍ତି, ସେମାନେ ବି ଆଜି ମହାରଥୀଙ୍କୁ ଝୁରୁଛନ୍ତି ତାଙ୍କ ଆବର୍ତ୍ତମାନରେ।

ବିଧାନସଭା ଭିତରେ ହେଉ କି ବାହାରେ, ନାଟକୀୟ ଢଙ୍ଗରେ ନିଜ ମତ ରଖୁଥିବା ପ୍ରଦୀପ ମହାରଥୀ  ଅନେକ ଚର୍ଚ୍ଚିତ ନାଟକର ନିର୍ଦ୍ଦେଶନା ବି ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶିତ ‘କଥା ଦେ କାନ୍ଦିବୁନି’ ଲୋକଙ୍କ ମନକୁ ଯେତିକି ଛୁଇଁଥିଲା, ପ୍ୟାରିମୋହନ ମହାପାତ୍ରଙ୍କୁ ନେଇ ନାଟକ ‘ଗୁଡ୍ ମର୍ଣ୍ଣିଂ ଅଙ୍କଲ’ ଓ ରାଜନୀତି ହଟଚମଟକୁ ନେଇ ‘ଲାଲୁ ଶାସନରେ ଭାଲୁ ରାଜା’ ସେତିକି ଚର୍ଚ୍ଚିତ ହୋଇଥିଲା ।

୨୦୦୫-୦୬ରେ ଭୁବନେଶ୍ୱର ରୂପାଲି ଛକରେ ଗୁଡ୍ ମର୍ଣ୍ଣିଂ ଅଙ୍କଲ ମଞ୍ଚସ୍ଥ ହେବା ବେଳେ ମହାରଥୀ ଗୋଟିଏ ଦିନ ୬ଜଣ ମନ୍ତ୍ରୀଙ୍କୁ ନେଇ ଏହି ନାଟକ ଦେଖାଇଥିଲେ । ତାଙ୍କୁ କେନ୍ଦ୍ର କରି ଦୁଇଟି ନାଟକ ‘ଶହେ ଘୋ଼ଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’ ଏବଂ ‘ସରିନାହିଁ ରାଜନୀତି, ହାରିନାହିଁ ମହାରଥୀ’କୁ ନେଇ ବି ସେତେବେଳେ ଚର୍ଚ୍ଚା ଜୋର୍ ଧରିଥିଲା।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ, କଳିଙ୍ଗ ଗଣନାଟ୍ୟରେ କାର୍ଯ୍ୟରତ କଳାକାର ଓ କର୍ମଚାରୀମାନେ ଯେତିକି ମର୍ମାହତ, ନିଜ ନିଜ ଭବିଷ୍ୟତକୁ ନେଇ ସେତିକି ସନ୍ଦିହାନ । ମହାରଥୀଙ୍କ ଅନ୍ତେ ଯାତ୍ରାପାର୍ଟିର ଭବିଷ୍ୟତ କଣ ହେବ, ସେନେଇ ଅନେକେ ଆଶଙ୍କାରେ ଥିବା ବେଳେ, ତାଙ୍କ ହୃଦୟର ଅତି ନିକଟରେ ଥିବା ଏହି ସଂସ୍ଥା କେବେ ବନ୍ଦ ହେବ ନାହିଁ ବୋଲି ବହୁ କଳାକାର ଦୃଢ଼ୋକ୍ତି ପ୍ରକାଶ କରନ୍ତି।

ଯାହା ବି ହେଉଏ ଅବେଳରେ ମହାରଥୀଙ୍କ ବିୟୋଗ  କେବଳ ଓଡ଼ିଶା ରାଜନୀତିରେ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ତା ନୁହେଁ, ଓଡ଼ିଆ ଯାତ୍ରାଶିଳ୍ପ ବି ହରାଇଛି ଜଣେ କଳାପ୍ରେମୀ, କଳାକାରପ୍ରେମୀ ପୃଷ୍ଠପୋଷକଙ୍କୁ ।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like