‘ବାବୁଲି ଚଳାଏ କିଡ୍ନୀ ରାକେଟ’
ଭୁବନେଶ୍ୱର: ବାବୁଲି ଚଳାଏ କିଡ୍ନୀ ରାକେଟ। ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ପରୀର ବାପା ଅଶୋକ ସାହୁ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଓଟିଭିକୁ ପ୍ରତିକ୍ରିୟା ଦେଲା ବେଳେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଅଶୋକ।
ଗତକାଲି ପୋଲିସ ଧରିନେଇ ୫/୬ଟି ଦସ୍ତଖତ ନେଇଥିଲା। ପରେ ଟେଲିଫୋନରେ ନୟାଗଡ଼ ଏସ୍ପିଙ୍କ ସହ କଥା କରାଇଥିଲେ। ତେବେ ବାବୁଲି ନାୟକ ବିରୋଧରେ କିଛି ପ୍ରମାଣ ମିଳୁନି ବୋଲି ଏସ୍ପି କହିଥିବା ଅଶୋକ ସାହୁ କହିଛନ୍ତି।
ବଡ଼ କଥା ହେଉଛି, ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ପିଲାଚୋରି ରାକେଟ ଚଳାଏ। ନୟାଗଡ଼ରେ ରାକେଟ କରି କିଡନୀ, ଆଖି ବିକ୍ରିରେ ତାର ସଂପୃକ୍ତ ରହିଛି।
ବାବୁଲି ନାଏକର ମାତ୍ର ୪ ଏକର ଜମି, କିନ୍ତୁ ସେ ଏବେ କୋଟିପତି ବୋଲି ଅଭିଯୋଗ କରିଛନ୍ତି ପରୀର ବାପା। ସେହିପରି ପୋଲିସ ତାଙ୍କୁ ଏଯାଏ ପୋଷ୍ଟମର୍ଟମ ରିପୋର୍ଟ ଦେଇନଥିବା ଅଶୋକ ଅଭିଯୋଗ କରିଛନ୍ତି।