ପ୍ରେମ ପାଇଁ ପୁଅକୁ ହତ୍ୟା, ପରିବାର ଲୋକେ ଆଣିଲେ ଅଭିଯୋଗ

ବଲାଙ୍ଗୀର: ସନ୍ଦେହଜନକ ଅବସ୍ଥାରେ ଭଡାଘରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଜଣଙ୍କ ନୟାଗଡ଼ ଶିକ୍ରୀଡ଼ା ଗାଁର ଅବକାଶ ପରିଡ଼ା । ସେ ବଲାଙ୍ଗୀର ସଇଁତଳା ଗୋପବନ୍ଧୁପଡ଼ାରେ ଏକ ଭଡ଼ା ଘରେ ରହୁଥିଲେ ।

ଖବର ଅନୁଯାୟୀ, ଗଲା ଦୁଇଦିନ ହେଲା ଘରର କବାଟ ନଖୋଲିବାରୁ ଏବଂ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଁଛି କବାଟ ଖୋଲିବା ପରେ ଘର ଭିତରେ ଅବକାଶଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା। ଏଥିସହ ଘର ଛାତରେ ଏକ କପଡା ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲା ପୋଲିସ ।

ଅନ୍ୟପଟେ ପରିବାର ଲୋକେ ପୁଅ ଅବକାଶକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ମୃତକ ଅବକାଶଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଥିଲା । ତେଣୁ ତାର ମୃତ୍ୟୁ ପୂର୍ବରୁ ଯୁବତୀଙ୍କ ପରିବାର ପଟୁ ନାନା ଧମକ ଆସୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛି ପୋଲିସ ।

ଆହୁରି ପଢ଼ନ୍ତୁ

କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

You might also like