• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଗାଁରେ ଘାରିଛି କିଡନୀ ରୋଗର ଭୟ
  • ଗାଁର ବହୁ ଲୋକେ ଏବେ କିଡନୀ ରୋଗରେ ପୀଡ଼ିତ
  • ୩ ମାସରେ ୧୬ ଜଣଙ୍କ କିଡନୀ ରୋଗରେ ମୃତ୍ୟୁ
  • ପ୍ରଦୂଷିତ ପାଣି ଯୋଗୁଁ ସ୍ଥିତି ବିଗିଡ଼ିଛି

କାମାକ୍ଷାନଗର(ବିଦ୍ୟାଧର ବରାଳ): ଗାଁରେ କିଡନୀ ରୋଗର ଆତଙ୍କ। ଢେଙ୍କାନାଳର ଭୈରବସାହି  ଗାଁର ପ୍ରାୟ ଲୋକ ଏବେ କିଡନୀ ରୋଗରେ ପୀଡିତ। ୩ମାସରେ ଗାଁରେ ୧୬ଜଣଙ୍କର କିଡନୀ ରୋଗରେ ମୃତ ଘଟିଛି, ଯାହାକୁ ନେଇ ଏବେ ଗାଁରେ ଭୟର ବାତାବରଣ । ପ୍ରଦୂଷିତ ପାଣି ଯୋଗୁଁ ସ୍ଥିତି ବିଗୁଡ଼ିଥିବା ସୂଚନା ମିଳିଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ପଞ୍ଚାୟତ ଭୈରବସାହି ଗାଁରେ କିଡନୀ ରୋଗର ଭୟ। ବ୍ରାହ୍ମଣୀ ନଦୀ କୂଳରେ ଥିବା ଏହି ଗାଁରେ ୧୧୦ଟି ପରିବାର ରହୁଥିବାବେଳେ ଅଧିକାଂଶ କିଡନୀ ରୋଗରେ ପୀଡ଼ିତ ଅଛନ୍ତି। ଭାଲିଆତଇଳା, ନୂଆଁକନ୍ତିଓ, ଗୋଡିସାହି,ଶବରସାହି ଓ ହରିଜନ ସାହିରେ ଘରେ ଘରେ କିଡନୀ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗତ ୩ ମାସ ଭିତରେ କିଡନୀ ରୋଗରେ ୧୬ଜଣଙ୍କର ମୃତ୍ୟୁ ହୋଇ ସାରିଛି, ଯେଉଁ ମାନଙ୍କ ଭିତରେ ପ୍ରାୟ ୯୫ ପ୍ରତିଶତ ଯୁବକ। ସେହିପରି ପ୍ରତି ବର୍ଷ ଗାଁରେ ପ୍ରାୟ ୫୦ ଜଣଙ୍କର କିଡନୀ ରୋଗରେ ମୃତ୍ୟୁ ହେଉଥିବା କୁହାଯାଇଛି। ଏବେବି ୮୦ରୁ ଅଧିକ ଲୋକ ଥାର୍ଡ ଷ୍ଟେଜରେ ଜୀବନ ସହିତ ସଂଘର୍ଷ କରୁଛନ୍ତି ।

ପିଇବା ପାଣି ଯୋଗୁଁ କିଡନୀ ରୋଗ ହେଉଥିବା କୁହାଯାଉଛି । ହେଲେ ଏହାର ସମାଧାନ ଲାଗି ଉପଯୁକ୍ତ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି । ଗାଁରେ କିଡିନୀ ରୋଗ ବ୍ୟାପୁଥିବାରୁ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଓଭରହେଡ୍ ଓ୍ୱାଟର ଟ୍ୟାଙ୍କ ଓ ପାଇପ ଲାଇନ ବିଛା ଯାଇଛି । ଘର ଦୁଆରେ ଷ୍ଟାଣ୍ଡ ପୋଷ୍ଟ ଲାଗିଥିଲେ ବି ସେଥିରେ ପାଣି ଆସୁନି।

ସେପଟେ ଗାଁରେ ଥିବା ନଳକୂପ ପାଣି ପ୍ରଦୂଷିତ ହୋଇଥିଲେ ବି ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ ସେଇ ପାଣି ପିଉଛନ୍ତି । ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ର୍ନିବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଗାଁକୁ ଡାକ୍ତରୀ ଟିମ ପଠାଇ ଲୋକଙ୍କ ସୁବିଧା କରାଯିବ ବୋଲି ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି।

 

Kidney-disease-stalks-this-odisha-village
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories