କିଡନୀ ରୋଗ ଅାତଙ୍କ  

୩୦ରୁ ଅଧିକ ଗ୍ରାମବାସୀ ଅାକ୍ରାନ୍ତ ଥିବା ଅଭିଯୋଗ

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲିଅାତଇଳା ସାହିରେ ଜଳ ପାଳଟିଛି ଜହର। ଗାଁରେ କିଡ୍‌ନୀ ରୋଗ ଅାତଙ୍କ ଦେଖାଦେଇଛି। ୨ ରୁ ୩ ବର୍ଷ ଭିତରେ ୧୫ ଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ପୁଣି ୩୦ରୁ ଅଧିକ ଅାକ୍ରାନ୍ତ ଥିବା ଗାଁଲୋକେ ଅଭିଯୋଗ କରିଛନ୍ତି।

ଗାଁରେ ଥିବା ନଳକୂଅ ପାଣିରୁ ଲୁହା ଗୁଣ୍ଡ ବାହାରୁଥିବାବେଳେ ସବୁବେଳେ ପାଣିକୁ କପଡାରେ ଛାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ତେବେ ଏଭଳି ଦୂଷିତ ପାଣି ପିଇ କିଡନୀ ରୋଗ ହେଉଥିବା ଲୋକେ କହିଛନ୍ତି ।

ଏହି ସାହିରେ ୨୫୦ରୁ ଅଧିକ ପରିବାର ରହୁଥିବାବେଳେ ଜଳ ପ୍ରକଳ୍ପର ସୁବିଧା ପାଇପାରୁନାହାନ୍ତି ଗ୍ରାମବାସୀ।  ଏନେଇ କାମାକ୍ଷାନଗର ବିଡିଓଙ୍କ କହିବା କଥା, ଜଳ ପ୍ରକଳ୍ପର ପାଣି ଯେଉଁଠିକୁ ଯାଉନି, ସେଠି କାର୍ଯ୍ୟକ୍ଷମ କରିବା ନେଇ ଚେଷ୍ଟା କରାଯିବା ସହ ନଳକୂଅ ପାଣିକୁ ବିଶୁଦ୍ଧ କରାଯିବ।

You might also like