ଭୁବନେଶ୍ୱର: ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ କିଛିଟା ଅଦଳବଦଳ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଦାୟିତ୍ୱ ଦିଆଯାଇଛି ସୀତାଂଶୁ କୁମାର ରାଉତଙ୍କୁ । ତାଙ୍କ ସ୍ଥାନରେ ଖୋର୍ଦ୍ଧା ନୂଆ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି।
ଏଥିସହିତ IAS କୀର୍ତ୍ତି ଭାସାନ ହେଲେ OSD, ଗଂଜାମ କୋଭିଡ଼ ମ୍ୟାନେଜମେଣ୍ଟ। ସେହିପରି IAS ଶୁଭଙ୍କର ମହାପାତ୍ରଙ୍କୁ ଦିଆଯାଇଛି ବାଲିଗୁଡ଼ା ଉପଜିଲ୍ଲାପାଳ ଦାୟିତ୍ୱ।
IAS ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଥିବାବେଳେ IAS ଜେ. ସୋନାଲ ହେଲେ OSD, ଗଜପତି କୋଭିଡ଼ ମ୍ୟାନେଜମେଣ୍ଟ।