ଖୋର୍ଦ୍ଧା ଏସ୍‌ପିରେ କାର୍ଯ୍ୟରତ SIଙ୍କୁ ବାଧ୍ୟତାମୂଳକ ଅବସର

ଖୋର୍ଦ୍ଧା : ସାବାଡ଼ ହେଉଛନ୍ତି ଦୁର୍ନୀତିଖୋର୍ ସରକାରୀ ଅଧିକାରୀ। ନିଜ ନାଁରେ ୨ଟି ଭିଜିଲାନ୍ସ ମାମଲା ଥିବାରୁ ଖୋର୍ଦ୍ଧା SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ SI ବନମାଳୀ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଚାକିରି ଆହୁରି ୪ ବର୍ଷ ବାକି ଥିବା ସତ୍ତ୍ୱେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି। ସବ୍ଇନ୍ସପେକ୍ଟର ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ନାଁରେ ମାମଲା ଥିବାରୁ ସେ ପୁଲିସ ବିଭାଗରେ କାର୍ଯ୍ୟକରିବା ପାଇଁ ବିଶ୍ୱାସନୀୟତା ହରାଇଥିବା ଦର୍ଶାଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବିଭାଗୀୟ ରିଭ୍ୟୁ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

You might also like