ଖୋର୍ଦ୍ଧାରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଆହତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ନିକଟରେ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଖାନ୍‌ ଆହତ ହୋଇଛି। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଭୁବନେଶ୍ୱର ସ୍ଥିତ ଏମସ୍‌କୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଏନ୍‌କାଉଣ୍ଟର ହୋଇଛି।

ଜାମସେଦ୍‌ ରାମେଶ୍ୱର ନିକଟ ଏକ ଜଙ୍ଗଲ ଭିତରେ ରହିଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ନିରାକାରପୁର ଥାନା ଆଇଆଇସି ଓ ଟାଙ୍ଗୀ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠିତ ହୋଇଥିଲା।

ପୂର୍ବ ଯୋଜନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧ଟା ବେଳେ ଏହି ଟିମ୍‌ ଉକ୍ତ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଜାମସେଦ୍‌ ପୁଲିସ୍ ଉପରକୁ ବୋମାମାଡ଼ କରିଥିଲା।  ଏଥିରେ ନିରାକାରପୁର ଥାନା ଆଇଆଇସି, ଟାଙ୍ଗୀ ଥାନା ଆଇଆଇସି ଓ ଅନ୍ୟ ୨ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ପାଲଟା ଜବାବରେ ପୁଲିସ୍‌ ଜାମସେଦକୁ ଏନ୍‌କାଉଣ୍ଟର କରିଥିଲା।

ଜାମସେଦ ନାଁରେ ଖୋର୍ଦ୍ଧାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like