ସରକାରୀ ଛୁଟି ବାତିଲ

ପ୍ରବଳ ବର୍ଷା ସମ୍ଭାବନା

ଖୋର୍ଦ୍ଧା  : ଅାସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ପାଇଁ ସରକାରୀ ଛୁଟି ବାତିଲ । ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଛୁଟି ବାତିଲ କଲେ ଜିଲ୍ଲାପାଳ। କୌଣସି ପରିସ୍ଥିତିରେ ବି ଅନୁପସ୍ଥିତ ନରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର ରୂପ ନେବାକୁ ଯାଉଛି । ଏଥିଯୋଗୁଁ ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ଘଟିବାର ଅାଶଙ୍କା ରହିଛି।

ଅାଜି ମଧ୍ୟ ରାତିରେ ଝଡବାତ୍ୟା ଓଡ଼ିଶାର ପୁରୀ ଓ ଅାନ୍ଧ୍ରର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ସୂଚନା ଦିଅାଯାଇଛି।

You might also like