ଅଫିସର ପିସି ନେଇ ଚୁପ୍‌, ହିନସ୍ତା ହେଉଛନ୍ତି ଚାଷୀ

ପାଣିରେ ପଡ଼ିବ କୋଟିଏ ୨୬ ଲକ୍ଷ ଟଙ୍କା

ବାରିପଦା(ମାଲିକଲାଲ୍‌ପାଣି): କ୍ଷୁଦ୍ର ଜଳସେଚନରେ ବିଭାଗରେ ପୁଣି ସାମ୍ନାକୁ ଆସିଲା ଦୁର୍ନୀତର ଗନ୍ଧ। ଚାଷୀଙ୍କ ପାଇଁ ହୋଇଥିବା କାମର ତଦାରଖ କରି ବିରକ୍ତି ପ୍ରକାଶ କଲେ ଖୋଦ୍‌ ବିଧାୟକ। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଖୁଂଟା ବ୍ଲକରେ। ସୂଚନା ଅନୁସାରେ, ଚାଷୀଙ୍କୁ ପାଣି ଯୋଗାଇବାକୁ ସରକାର ଏଠାରେ ଏକ କେନାଲ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରିଛନ୍ତି। ହେଲେ କାମ ଅତ୍ୟନ୍ତ ନିମ୍ନମାନର ହେବା ସହ କେନାର ମାତ୍ର ୧ ବର୍ଷ ମଧ୍ୟରେ ଧ୍ୱଂସ ହୋଇଯିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାର ଯେଉଁ କାମ ଏଠାରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ସଠିକ୍‌ ଭାବରେ କରାଯାଉନାହିଁ। ଆମେ ଯେମିତି କହୁଥିଲୁ ସେମାନେ ସେମିତି କାର୍ଯ୍ୟ କଲେ ନାହିଁ। ଏମିତି କି ଗାର୍ଡ଼ୱାଲ୍‌ ମଧ୍ୟ ଦେଇନାହାନ୍ତି। ଭିତରେ ପାଣି ପଶିଯିବାରୁ କେନାଲ ନଷ୍ଟ ହୋଇଯିବ ବୋଲି ସେମାନେ କହିବା ସହ କେନାଲ ଓସାର କରିବା ସହ ରଡ୍‌ ଦେଇ କାମ କରିଥିଲେ ତାହାର ସ୍ଥାୟିତ୍ୱ ରହିଥାଆନ୍ତା ବୋଲି ସ୍ଥାନୀୟ ଚାଷୀ କହିଛନ୍ତି।

ସେପଟେ ଆଉ ଜଣେ ଚାଷୀ ସୁନୀର କୁମାର ଟୁଡୁ କହିଛନ୍ତି ଯେ, ଯେଉଁ କେନାଲର କାମ ହେଉଛି ତାହା ଆଦୌ ସଠିକ୍‌ ଭାବରେ ନିର୍ମାଣ ହେଉନାହିଁ। କୋଟିଏ ୨୬ ଲକ୍ଷ ଟଙ୍କାର କାମ କିନ୍ତୁ ପୂରା ନିମ୍ନମାନର ହେଉଛି। ତେଣୁ ଏକ୍ସଷ୍ଟିମେଟ୍‌ କରିଥିବା ଅଫିସର କାମର ତଦାରଖ କରିବା ସହ ରଡ୍‌ ଲଗାଇବାକୁ ଦାବି କରିଛନ୍ତି ସୁନୀଲ। ଏହାସହ ସଠିକ୍‌ ଭାବରେ ସିମେଣ୍ଟ୍‌ ଓ ବାଲି ଲଗାନ୍ତୁ। ଯଦି ସଠିକ୍‌ ଭାବରେ କାମ ହେଉଥାଆନ୍ତା ତେବେ ଆମେ କାହିଁକି ଅଭିଯୋଗ କରନ୍ତୁ ବୋଲି ଚାଷୀ ଜଣକ ପ୍ରଶ୍ନ କରିଛନ୍ତି। ଅଭିଯୋଗ ଅନୁସାରେ, ଏହି କାର୍ଯ୍ୟର ଦାୟିତ୍ୱରେ ଥିବା ବିଭାଗର କନିଷ୍ଠଯନ୍ତ୍ରୀ ଅରବିନ୍ଦ ମହାପାତ୍ର ମଧ୍ୟ କାର୍ଯ୍ୟର ସଠିକ୍ ଭାରେ ତଦାରଖ କରୁନାହାନ୍ତି। ଯାହାର ଭରପୁର ଲାଭ ଉଠାଉଛନ୍ତି ଠିକାଦାର। ପିସି ନେଇ ସରକାରୀ ବାବୁ ଅଫିସରେ ବସୁଥିବା ବେଳେ ପାଣି ପାଇବେ ନାହିଁ ବୋଲି ଅଭିଯୋଗ କଲେଣି  ଚାଷୀ। ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି।

ଆଉ ଏହାକୁ ନେଇ ବିଧାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପାହାଡ଼ ପାଣି ଅସମ୍ଭାଳ ଭାବରେ ତଳକୁ ଆସେ। ଯେଉଁମାନେ ଏଠାରେ ରହୁଛନ୍ତି ସେମାନେ ହିଁ ଜାଣିଛନ୍ତି ପାହାଡ଼ରୁ କେମିତି ପାଣି ଆସେ। ତାହାକୁ ବର୍ଣ୍ଣନା କରିବା ମଧ୍ୟ ସମ୍ଭବ ନୁହେଁ। ଏ ଡ୍ୟାମରୁ ୧୫ ଖଣ୍ଡ ଗାଁ ଲୋକେ ଉପକୃତ ହେଉଥିଲେ। ୩୨ ବର୍ଷ ପରେ ଏହି କାମ ହେଉଛି କିନ୍ତୁ ତାହା ପୁଣି ଏମିତି ଯେ, କହିବା ବି ମୁସ୍କିଲ ହେଉଛି। ଯେଉଁ ଠିକାଦାର କାମ ନେଇଛନ୍ତି ତାହାର ଡିଜାଇନ୍‌ ପୂରା ଭୁଲ କରିଛନ୍ତି। ଏଠି ଅଫିସରମାନେ କେବଳ ପିସି ନେଇ ପଳାଉଛନ୍ତି। ଆଉ ହଇରାଣ ହେଉଛନ୍ତି ଲୋକେ। ତେଣୁ କାମ ସଠିକ୍‌ ଭାବରେ ହେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ।

You might also like