୪ଟି ଟିମ୍ ଗଠନ, ଆଇଜିଙ୍କ ତଦାରଖରେ ହେବ ତଦନ୍ତ

ବିଜେପି କର୍ମୀ ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣା

ଖୋର୍ଦ୍ଧା(ବଳରାମ ଲେଙ୍କା): ୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ହିଂସା ଦିନକୁ ଦିନ ତୀବ୍ରତର ହେଉଛି। ଫଳସ୍ୱରୂପ ଗୁଳିକାଣ୍ଡରେ ଜଣେ ସକ୍ରିୟ ରାଜନୀତିକ କର୍ମୀଙ୍କର ପ୍ରାଣ ଯାଇଛି। ସୂଚନା ଅନୁସାରେ ଗତକାଲି ଖୋର୍ଦ୍ଧାରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହଯୋଗୀ (ଖୋର୍ଦ୍ଧା ଜିଲ୍ଲା ବିଜେପି ମଣ୍ଡଳ ସଭାପତି) ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତ ମାନେ ଗୁଳି କରି ହତ୍ୟା କିରଛନ୍ତି।

ଏଭଳି ହିଂସା କାଣ୍ଡକୁ ନେଇ ବିଜେପି ପକ୍ଷରୁ ବିଜେଡିକୁ ସିଧା ସଳଖ ଦୋଷାରୋପ କରାଯାଇଥିବା ବେଳେ ଦଳ ଏହାକୁ ଖଣ୍ଡନ କରିଛି।  ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ୪ଟି ଟିମ୍ ଗଠନ କରି କ୍ରାଇମବ୍ରାଞ୍ଚ୍ ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଗତକାଲି କାଳୁ ଖଣ୍ଡାୟତରାୟ ଓ ମଙ୍ଗୁଳି ଜେନା ଏକାଠି ନିର୍ବାଚନ ପ୍ରଚାର ସାରି ରାତି ପ୍ରାୟ ୧୧ଟା ୧୫ ସମୟରେ ନିଜ ଗାଡିରେ ଘରକୁ ଫେରିବା ପାଇଁ ବାହାରୁଥିଲେ। ଠିକ୍ ସେତିକିବେଳେ ହଠାତ୍ ଜଣେ ଦୁର୍ବୃତ୍ତ ଏକ ଦୁଇ ଚକିଆ ଗାଡ଼ିରେ ଆସି ମଙ୍ଗୁଳିଙ୍କ ଉପରକୁ ଦୁଇ ରାଉଣ୍ଡ୍ ଗୁଳି ଚଳାଇଥିଲା। ଫଳରେ ଘଟଣା ସ୍ଥଳରେ ମଙ୍ଗୁଳିଙ୍କର ମୃତ୍ୟୁ ଘଟିଥିଲା।

ଏ ସମ୍ପର୍କରେ କାଳୁ ଖଣ୍ଡାୟତରାୟ କହିଛନ୍ତି, ଦୁର୍ବୃତ୍ତ ଜଣକ ତାଙ୍କୁ ଗୁଳି କରିବାକୁ ମଧ୍ୟ ଉଦ୍ୟମ କରିଥିଲା, କିନ୍ତୁ ସୌଭାଗ୍ୟ ବଶତଃ ଗୁଣି ତାଙ୍କ ଦେହରେ ବାଜି ନ ଥିଲା। ମାତ୍ର ପ୍ରଥମେ ଯେଉଁ ଦୁଇ ରାଉଣ୍ଡ୍ ଗୁଳି ଫୁଟିଥିଲା ତାହା ମଙ୍ଗୁଳିଙ୍କ ଦେହରେ ବାଜିଥିଲା।

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବିକ୍ଷୋଭ କରାଯାଇଛି। ଦୁର୍ବୃତ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି ହୋଇଛି। ସେହିପରି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପୁଲିସ୍‌ ଏହାର ତର୍ଜମା କରି ଦୋଷୀକୁ ଖୁବ୍‌ ଶୀଘ୍ର ଧରିବାରେ ଉଦ୍ୟମ ଆରମ୍ଭ କରୁ।

ଆହୁରି ପଢ଼ନ୍ତୁ

ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ, ଏସ୍‌ସିବିର ଆଇସିୟୁରେ ଭର୍ତ୍ତି

ମାଙ୍କଡ଼ କାମୁଡ଼ାରେ ୧୫ରୁ ଅଧିକ ଲୋକ ଆହତ

ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର

ଚୋରା ଧନରେ ମୌଜ ; ଦାମି କାର ବିକ୍ରି କରିବାକୁ ଯାଇ ଧରାପଡିଲେ ପୁରା ଗ୍ୟାଙ୍ଗ

ବଢୁଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

ପଟ୍ଟନାୟିକିଆ ଟ୍ରିପଲ ମର୍ଡର ; ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଅବ୍ୟବସ୍ଥା ଘେରରେ ମହୁପାଳ ଓ ଡୁମାଡାହି ଗାଁ

ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଥାନାରେ ପୁଲିସ ଅଧିକାରୀଙ୍କୁ ମାଡ଼ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୁଲିସର ତନାଘନା

ନିମ୍ନମାନର ରାସ୍ତାକାମ ଅଭିଯୋଗ ପାଇଁ ଖୋଲିବ କଣ୍ଟ୍ରୋଲ୍‌ ରୁମ୍

You might also like