ଭିଡିଓ ଭାଇରାଲ୍ ପରେ ଏଏସ୍ଆଇଙ୍କ ବଦଳି, କନଷ୍ଟେବଲ ନିଲମ୍ବିତ

ଖୋର୍ଦ୍ଧା: ପୁଲିସ ଭାବୁଙ୍କ ଭିଡିଓ ଭାଇରାଲ୍ ହେବା ପରେ ହେଲା କାର୍ଯ୍ୟାନୁଷ୍ଠାନ। ଖୋର୍ଦ୍ଧାରେ ପୋଲିସ୍ ଅଧିକାରୀଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ଏଏସ୍ଆଇ କୈଳାଶ ଚନ୍ଦ୍ର ମଲିକଙ୍କୁ ବଦଳି କରାଯାଇଛି। ତାଙ୍କୁ ଖୋର୍ଦ୍ଧାରୁ ବାଲୁଗାଁକୁ ବଦଳୀ କରିଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ। ସେହିପରି ସଂପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।

ଆଗାମୀ ଦିନରେ ଯେପରି ଏଭଳି ଘଟଣା ପୁଣି ଥରେ ଘଟିବନି ସେ ନେଇ ଖୋର୍ଦ୍ଧା ପୋଲିସ୍ ଯତ୍ନବାନ ହେବ ବୋଲି ଏସ୍‌ପି କହିଛନ୍ତି। ଖୋର୍ଦ୍ଧା ତୋଟାପଡ଼ାରେ ଗାଡ଼ି ଯାଞ୍ଚ କରିବା ବାହାନାରେ ଲାଞ୍ଚ ନେଉଥିବା ନେଇ ଲୋକେ କନଷ୍ଟେବଳଙ୍କୁ ଘେରିଥିଲେ। ସେହିଭଳି ରାତିରେ ଚୋରା ପଥର ଟ୍ରକ ଚାଲାଣ ବେଳେ ଏଏସ୍ଆଇ କୈଳାଶ ଚନ୍ଦ୍ର ମଲିକ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ସିଜ୍ କରିବାକୁ କହି ସେଠୁ ନିଜ କାମ ପାଇଁ ନେଇଯାଇଥିଲେ।

ଏହି ଦୁଇ ଘଟଣାର ଭିଡିଓ ଭାଇରାଲ୍ ହୋଇଛି। ସେପଟେ ସଂପୃକ୍ତ ଏଏସ୍ଆଇ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଦିନ ଘର କାମ କରାଇବା ପାଇଁ ପୁରୀ ଗୋପକୁ ଖୋର୍ଦ୍ଧାରୁ ପଥର ନେଉଥିଲେ। ତେବେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏପରି କରିଥିବା ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like