କ୍ଷୀରୋଦ ସାହୁଙ୍କୁ ମିଳିଲା ଶମ୍ଭାବୀ-୨୦୨୧ ପୁରସ୍କାର

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କ୍ଷୀରୋଦ ସାହୁଙ୍କୁ ଶମ୍ଭାବୀ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି।  ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତା ସୃଷ୍ଟି ଦିଗରେ କ୍ଷୀରୋଦ ସାହୁଙ୍କ ଉଲ୍କେଖନୀୟ ଅବଦାନ ରହିଛି । ସେହିପରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ନିବେଦିତା ଲେଙ୍କାଙ୍କୁ ଜୁରି କମେଣ୍ଡେସନ ସାର୍ଟିଫିକେଟ୍ ୨୦୨୧ ପ୍ରଦାନ କରାଯାଇଛି ।

shambabi-award

ଯଶୋଦା ମା’ ଭାବେ ଜଣାଶୁଣା ନିବେଦିତା ଲେଙ୍କା ଶହେରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବା ସହ ଅସହାୟ ଲୋକଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଆସୁଛନ୍ତି। ଏଥିପାଇଁ ଶ୍ରୀଯୁକ୍ତ ସାହୁଙ୍କୁ ମାନପତ୍ର ସହ ଅଢେଇ ଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଛି। ଏହି ଅର୍ଥ ରାଶିରେ ସେ ଗରିବ, ଅସହାୟ ରୋଗୀଙ୍କ ସେବାରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି।

ସେହିପରି ସମାଜସେବୀ ନିବେଦିତା  ଲେଙ୍କା କହିଛନ୍ତି, ସମୟସ୍ରୋତରେ ମୁଁ ଲୋକଙ୍କ କାମରେ ଲାଗିଛି। ସମୟ, ପରିସ୍ଥିତି ଏବଂ ଘଟଣାକ୍ରମ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇ ଦେଇଛି। ଏହି ପୁରସ୍କାର ତାଙ୍କୁ ପ୍ରେରଣା ଦେବା ସହ ଆଗକୁ ଯିବା ପାଇଁ ମନୋବଳ ବଢାଇଛି ବୋଲି ସେ କହିଛନ୍ତି।

BIPF ଫାଉଣ୍ଡେସନ ଏହାର ୧୦ ବର୍ଷର ସିଏସଆର ଯାତ୍ରା ପାଳନ କରିଛି । ଏଥିସହ ଅଷ୍ଟମ ଶମ୍ଭାବୀ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଛି । ୨୦୧୪ରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଶମ୍ଭାବୀ ପୁରସ୍କାର ଆରମ୍ଭ ହୋଇଥିଲା,  ଯାହାର ଉଦ୍ଦେଶ୍ୟ ଥିଲା, ସାମାଜିକ ପରିବର୍ତ୍ତନର ସୁତ୍ରଧରଙ୍କୁ ସ୍ବୀକୃତି ପ୍ରଦାନ କରିବା ଓ ଅନ୍ୟମାନଙ୍କୁ ସେମାନଙ୍କର ମାର୍ଗ ଅନୁସରଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା।

You might also like