ଯୁବକଙ୍କ ହାତରେ ଅଖା ବ୍ୟାଗ୍‌ ଦେଖି ଧରିଲା ପୋଲିସ୍‌, ବ୍ୟାଗ୍‌ରୁ ବାହାରିଲା…

ଭୁବନେଶ୍ୱର: ଖଣ୍ଡଗିରି ତପୋବନ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଜଣେ ଯୁବକ ଛିଡ଼ା ହୋଇଥିବା ନେଇ ପୋଲିସ୍‌ ଦେଖିବାକୁ ପାଇଥିଲା। ଯୁବକଙ୍କ ନିକଟରେ ଏକ ଅଖା ବ୍ୟାଗ୍‌ ଥିବାରୁ ପୋଲିସ୍‌ର ସନ୍ଦେହ ସୃଷ୍ଟି ହୋଇଥିଲା। ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କ ନିକଟକୁ ଯାଇ ଅଖା ବ୍ୟାଗ୍‌ ଯାଞ୍ଚ କରିବାରୁ ସେଥିରୁ ୩୦ ଲକ୍ଷ ଟଙ୍କା ମିଳିଥିଲା।

ଖଣ୍ଡଗିରି ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଘଟଣା ପରେ ଯୁବକଙ୍କ ବନ୍ଧୁ ଥାନାରେ ପହଞ୍ଚିଛନ୍ତି। ଟଙ୍କା ସବୁ ତାଙ୍କର ବୋଲି ସେ ଦାବି କରିଛନ୍ତି। ପାରଳାଖେମୁଣ୍ଡିର ଜଣେ ବ୍ୟବସାୟୀଙ୍କଠୁ ଏହି ଟଙ୍କା ପାଇବାର ଥିଲା। ତେଣୁ ଏହି ଟଙ୍କା ଆଣିବା ପାଇଁ ସେ ନିଜ ବନ୍ଧୁଙ୍କୁ ପଠାଇଥିଲେ। ସେ ବସ୍‌ରେ ଆସିବା ପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବାବେଳେ ପୋଲିସ୍ ତାଙ୍କୁ ଆଣିଥିବା ଯୁବକ ଜଣକ କହିଛନ୍ତି। ଏସମସ୍ତ ଟଙ୍କାର ହିସାବ ତାଙ୍କ ପାଖରେ ଥିବା ମଧ୍ୟ ସେ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଏତେ ଟଙ୍କା ନଗଦ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଅଣାଗଲା ? ଯାହାକୁ ନେଇ ସନ୍ଦେହ ଉପୁଜିଛି।

You might also like