ଧୁମଧାମ୍‌ରେ ପାଳିତ ଖାଇଫୋଡ଼ ଯାତ୍ରା

ପିପିଲି ( ଦୁତିକୃଷ୍ଣ ପଟ୍ଟନାୟକ) : ପୁରୀ ସାକ୍ଷୀଗୋପାଳ ଭୀମପୁର ଗାଁରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ଖାଇଫୋଡ଼ ଯାତ୍ରା।  ଦୋକାନ ବଜାର ସାଙ୍ଗକୁ ଭକ୍ତମାନଙ୍କ ଭିଡ଼ରେ ବେଶ ଚଳଚଂଚଳ ହୋଇ ଉଠିଥିଲା ମାଆ ଗଡ଼ଚଣ୍ଡୀଙ୍କ ପୀଠ।

ଦେହରେ ନୂତନ ବସ୍ତ୍ର । ମଥାରେ ମା’ଙ୍କ ସିନ୍ଦୁର। ହାତରେ କତା ରଶି ଓ ଲୁହା କଂଟା। ଗାଁ ପୋଖରୀ କୂଳରେ ମାନସିକଧାରୀଙ୍କ ପିଠିରେ ଚାଲିଛି କଣ୍ଟା ଫୋଡା। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଭୀମପୁର ଗାଁରେ ଅନୁଷ୍ଠିତ ଖାଇଫୋଡ ଯାତ୍ରାରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ। କାହିଁ କେଉଁ ଆବାହନ କାଳରୁ ଏଭଳି  ପରମ୍ପରା ଚାଲି ଆସୁଥିବା କହିଛନ୍ତି ମନ୍ଦିରର ପୂଜକ।

ସେପଟେ ନିଷ୍ଠାର ସହିତ ଉପବାସ କରି ମା’ଙ୍କୁ ଆରାଧନା କଲେ କୌଣସି ପ୍ରକାର ଯନ୍ତ୍ରଣା ହୋଇନଥିବା କହିଛନ୍ତି ମାନସିକଧାରୀ।ମନରେ ଭକ୍ତି ଓ ବିଶ୍ୱାସ ନେଇ ଠାକୁରଙ୍କ ନାମ ଉଚ୍ଚାରଣ କରୁଛନ୍ତି ମାନସିକଧାରୀ। ଖାଇ ନିକଟକୁ ଦୁଇଟି କାଠଗଣ୍ଡିକୁ ବନ୍ଧାଯାଇ ଗୋଟିଏ ପାର୍ଶ୍ୱକୁ ଦଉଡ଼ି ଓ ଅପର ପାର୍ଶ୍ୱରେ ମାନସିକଧାରୀଙ୍କ ଅଣ୍ଟାରେ ଲାଗିଥିବା କଂଟା ରଶିକୁ ବନ୍ଧାଯାଇଛି। ଶୂନ୍ୟେ ଶୂନ୍ୟେ ମୁହଁ ତଳକୁ କରି ଘୁରୁଛନ୍ତି। ଏହି ଉତ୍ସବକୁ ଦେଖିବା ପାଇଁ  ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

କାଳିଆ ପାଇଁ ୟୁଟର୍ଣ୍ଣ ; କେନ୍ଦ୍ର ଆଗରେ ହାତ ପାତିଲା ବିଜେଡି

‘ଗାଁକୁ ଯାଅ, ସିଧାସଳଖ ଲୋକଙ୍କ ଫିଡ୍‌ବ୍ୟାକ୍ ନିଅ’

ପାନୀୟ ଜଳ ପାଇଁ ଲୋକଙ୍କ ନାହିଁ ନଥିବା ଅସୁବିଧା

ବଢୁଛି ପରିବା ଦର ; ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ପରିବା

ଖୋର୍ଦ୍ଧା ଖଣି ଖାଦାନରେ ଲେଡି ଡନ୍ ରାଜ୍

ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ାକୁ ପାସୋରି ଦେଲା କି କେନ୍ଦ୍ର ?

You might also like