ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ମିଳିବ ପୁରସ୍କାର

କେନ୍ଦୁଝର: ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା। ଆଉ ଅକାଳରେ ଚାଲି ଯାଉଛି ଜୀବନ। ରାସ୍ତାକଡ଼ରେ ଦୁର୍ଘଟଣା ଗ୍ରସ୍ତ ଲୋକଟି ଛଟପଟ ହେଉଥଲେ ମଧ୍ୟ କୋର୍ଟ କଚେରୀ ଭୟରେ ଲୋକେ ଡାକ୍ତରଖାନା ନେବାକୁ ପଛଘୁଞ୍ଚା ଦେଇଥା’ନ୍ତି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦୁଝର ପୁଲିସ୍‌ ଏବେ ସହାୟତାର ହାତ ବଢାଇଛି। ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ପୁଲିସ୍‌ ତରଫରୁ ୨ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି।

ରିପୋର୍ଟ ଅନୁସାରେ କେନ୍ଦୁଝର ଜିଲ୍ଲାରେ ଗତ ଏକ ବର୍ଷ ମଧ୍ୟରେ ୬୨୭ଟି ଦୁର୍ଘଟଣା ଘଟିଛି।  ଯେଉଁଥିରେ ୩୪୪ଜଣ ଲୋକ ପ୍ରାଣ ହରାଇଛନ୍ତି। ପୁଲିସର ଏଭଳି ସହାୟତା ଘୋଷଣା ପରେ ଅନେକ ସ୍ଥାନରେ ଲୋକେ ସହାୟତାର ହାତ ବଢ଼ାଇଛନ୍ତି। ନିକଟରେ ସହାୟତାର ହାତ ବଢ଼ାଇଥିବା ୧୧ଜଣ ବ୍ୟକ୍ତିଙ୍କୁ କେନ୍ଦୁଝର ପୁଲିସ ପକ୍ଷରୁ ୨ହଜାର ଟଙ୍କାର ପ୍ରୋତ୍ସାହନରାଶି ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ଯାହାକୁ ଲୋକେ ସ୍ୱାଗତ କରିଛନ୍ତି।

(କେନ୍ଦୁଝରରୁ ପ୍ରଣୟ କୁମାର ପାଣିଙ୍କ ରିପୋର୍ଟ)

You might also like