କେନ୍ଦୁଝରରେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜଣେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଜ୍ୱରରେ ପୀଡ଼ିତ ପୁଅକୁ ଡାକ୍ତରଖାନା ନେବା ସମୟରେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ସେପଟେ ଏହି ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛି କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ।

ଅଭିଯୋଗ ଅନୁଯାୟୀ ଦୈନିକ ଖବରକାଗଜରେ କାମ କରୁଥିବା ସୁବ୍ରତ ସ୍ୱାଇଁ ନାମକ ଜଣେ ସାମ୍ବାଦିକ ଆଜି ସକାଳ ୮ଟାରେ ଜ୍ୱରରେ ପୀଡ଼ିତ ପୁଅକୁ ନେଇ ମେଡିକାଲ ଯାଉଥିଲେ।

ଏହି ସମୟରେ ଜଣେ  କନେଷ୍ଟବଳ ତାଙ୍କୁ ନଛାଡ଼ି ଗାଳିଗୁଲଜ କରିଥିଲେ।  ଏପରିକି ଟାଉନ ଥାନା ଏଏସଆଇ  ଆଶୁତୋଷ ମହାନ୍ତି ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।

ସାମ୍ବାଦିକଙ୍କ ଗାଡ଼ିରେ ୪ ବର୍ଷର ଅସୁସ୍ଥ ପୁଅ ପ୍ରାୟ ଅଚେତ ଅବସ୍ଥାରେ ଥିବା ସତ୍ତ୍ୱେ ତାଙ୍କୁ ପ୍ରାୟ ଅଧଘଣ୍ଟା ଅଟକ ରଖିଥିଲେ। ପରେ ଘଟଣା ସ୍ଥଳରେ town ଥାନା ଅଧିକାରୀ ପହଞ୍ଚି, ତାଙ୍କୁ ଯିବାକୁ ଦେଇଥିଲେ। ସେପଟେ ପୂରା ଘଟଣାକୁ ନେଇ କେନ୍ଦୁଝର ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like