• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବାକିରେ ଚାଲିଛି କି କ୍ୱାରେଣ୍ଟିନ୍ ସେଣ୍ଟର ? କୋଭିଡ୍ ମୁକାବିଲା ପାଇଁ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ବେଡ୍ ଦେଇ କୋଟି କୋଟି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି ସପ୍ଲାୟର। କେନ୍ଦୁଝର ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ଏପଟେ ଟିମ୍ଏସି ଖର୍ଚ୍ଚର ହିସାବ ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି ପରେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ବି ଖପ୍ପା  ହୋଇଛନ୍ତି।

ପ୍ରବାସୀଙ୍କ ରହିବା, ଖାଇବା ପାଇଁ କେତେ ଖର୍ଚ୍ଚ ହୋଇଛି? ଜିଲ୍ଲାପାଳଙ୍କ ପାଖରୁ ଏସବୁର ଟିକିନିକି ହିସାବ ମାଗିଛନ୍ତି ପଞ୍ଚାୟତିରାଜ ସଚିବ। ପ୍ରବାସୀଙ୍କ ରହିବା ପାଇଁ ଏବେ ୬, ୭୯୮ ପଞ୍ଚାୟତରେ ୧୬ ହଜାର ୮୧୮ ଟି କ୍ୱାରେଣ୍ଟିନ ସେଣ୍ଟର ବା ଟିଏମ୍‌ସି କରାଯାଇଛି। ଏଥିରେ ୭ ଲକ୍ଷ ୬୨ ହଜାର ବେଡ୍ ପକାଯାଇଛି। ତେବେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଖର୍ଚ୍ଚ ହେଲାଣି ତାର ହିସାବ ସରକାରଙ୍କ ପାଖରେ ନାହିଁ।

ବାରମ୍ବାର ଏ ନେଇ ଜଣାଇବା ପରେ ତଥ୍ୟ ନ ଆସିବାରୁ ଏଥର ୧୯ ତାରିଖକୁ ଡେଡ୍‌ଲାଇନ୍ ରଖାଯାଇଛି। ସରପଞ୍ଚଙ୍କୁ ରାଜ୍ୟ ସରକାର ଜିଲ୍ଲାପାଳଙ୍କ କ୍ଷମତା ଦେଇ କ୍ୱାରେଣ୍ଟିନ ସେଣ୍ଟର ପରିଚାଳନାର ଦାୟିତ୍ୱ ଦେଇଥିଲେ। ଏଥିପାଇଁ ଆଗୁଆ ୫ ଲକ୍ଷ ଦେବେ ବୋଲି ଘୋଷଣା କରିଥିଲେ। ତେବେ ଅନେକ ସ୍ଥାନରେ ନା ମିଳିଲା ଟଙ୍କା, ନା ମିଳିଲା ଜିଲ୍ଲାପାଳ କ୍ଷମତା। ତେଣୁ ଏବେ ସରପଞ୍ଚ ମଧ୍ୟ ଖପ୍ପା ହେଲେଣି।

ଏପଟେ କ୍ୱାରେଣ୍ଟିନ ସେଣ୍ଟର ପାଇଁ ବେଡ୍ ଯୋଗାଇ ପଇସା ଅପେକ୍ଷାରେ ଅଛନ୍ତି କେନ୍ଦୁଝରର ଅନେକ ସପ୍ଲାଏର। ଜିଲ୍ଲାର ଝୁମ୍ପୁରା, ହାଟଡିହ, ଆନନ୍ଦପୁର ବ୍ଲକର ପ୍ରାୟ ୩୦ ପଞ୍ଚାୟତର ଟିଏମସିକୁ ୧୫୦୦ ବେଡ୍ ଯୋଗାଇଥିଲେ ୧୦ ଜଣ ସପ୍ଲାଏର। ପ୍ରତି ବେଡ୍ ପିଛା ୩୭୭୮ ଟଙ୍କା ଟଙ୍କା ଦିଆଯିବ ବୋଲି ସର୍ତ୍ତ ବି ରହିଥିଲା। ତେବେ ଅଢ଼େଇ ମାସ ପରେ ଏମାନଙ୍କୁ ଟଙ୍କାଟିଏ ବି ମିଳିନି। ଜିଲ୍ଲା ବାହରୁ ଆସି କ୍ୱାରେଣ୍ଟିନ ସେଣ୍ଟରକୁ ବେଡ୍ ଯୋଗାଇଥିବା ସପ୍ଲାୟରଙ୍କୁ ବି ଟଙ୍କା ମିଳିନି। ଜିଲ୍ଲାର ପଞ୍ଚାୟତଗୁଡ଼ିକୁ ବେଡ୍ ଯୋଗାଣ ବାବଦକୁ ବାକି ପଡ଼ିଛି କୋଟି କୋଟି ଟଙ୍କା।

ତେବେ ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବିଜେଡି କହିଛି କ୍ୱାରେଣ୍ଟିନ୍ ସେଣ୍ଟର ପରିଚାଳନା ସବୁ ଠିକ୍ ଅଛି।

କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀଙ୍କ ଖାଇବା ପାଇଁ ସରକାର ବଡଲୋକଙ୍କ ପାଇଁ ଦିନକୁ ୧୨୦ ଓ ପିଲାଙ୍କ ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ଦୁଇଟି ବେଡସିଟ୍ ଓ ହାଇଜିନ କିଟ ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ କହିଥିଲେ।

Kendujhar-bed-supplier-waiting-to-get-money-after-supplyed-bed-to-quarantine-center
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories