ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ ପ୍ରଭାବିତ

ଲୋକେ ନାନା ଅସୁବିଧାର ସମ୍ମୁଖୀନ

କେନ୍ଦ୍ରାପଡ଼ା  : ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ୍‌ ପ୍ରଭାବିତ ହୋଇଛି। ପାଣି ଜମି ରହିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ପୌରପାଳିକାର ବିଭିନ୍ନ ଓ୍ୱାର୍ଡରେ ପାଣି ପଶିଛି। ରଣପଡ଼ା, ଜୟପୁର, ମହିପାଳ, କଜଳା ଅାଦି ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି।

ଗୋବରୀ ନଦୀର ବନ୍ୟାପାଣି ପଶି ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ସହାୟତା ପାଇଁ ପୌର ସଂସ୍ଥାର କର୍ମଚାରୀ, ମେଡିକାଲ କର୍ତ୍ତୃପକ୍ଷ ଓ ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି।

You might also like