କୋଭିଡ୍‌ ନିୟମ ଭାଙ୍ଗୁଥିଲେ, ବିରୋଧ କରିବାରୁ ସାମ୍ବାଦିକ ଓ ପୋଲିସ୍‌କୁ ପିଟିଲେ ଡାକ୍ତର

କେନ୍ଦ୍ରାପଡ଼ା: ନର୍ସିଂହୋମ୍‌ରେ କୋଭିଡ୍ ନିୟମ ଉଲ୍ଲଂଘନ, ଚିକିତ୍ସା ଅବହେଳାର ଖବର ସଂଗ୍ରହ ବେଳେ ପ୍ରଥମେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ବେଳେ ତଦନ୍ତ ପାଇଁ ଆସିଥିବା ପୋଲିସ୍‌ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ ଆକ୍ରମଣକାରୀ। କେନ୍ଦ୍ରାପଡ଼ାରୁ ଏହି ଅଭିଯୋଗ ଆସିଛି।

ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ୨ ଡାକ୍ତରଙ୍କ ସମେତ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡାକ୍ତର ଦ୍ୱୟ ହେଲେ ଦେବାଶିଷ ଓ ଶିବାଶିଷ ସାହୁ।

ସୂଚନା ଅନୁସାରେ, ଗତକାଲି କେନ୍ଦ୍ରାପଡ଼ାର ଏକ ଘରୋଇ ନର୍ସିଂହୋମ୍‌ରେ କୋଭିଡ୍ ନିୟମ ଉଲ୍ଲଂଘନ ଓ ଚିକିତ୍ସା ଅବହେଳାର ଖବର ସଂଗ୍ରହ ବେଳେ ନର୍ସିଂହୋମ୍‌ର କିଛି ଷ୍ଟାଫ୍‌ ଓ ସମ୍ପୃକ୍ତ ୨ ଡାକ୍ତର ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ଏପରିକି ଘଟଣାର ତଦନ୍ତ ପାଇଁ ଆସିଥିବା ପୋଲିସ୍‌କୁ ମଧ୍ୟ ଆକ୍ରମଣକାରୀମାନେ ଛାଡ଼ି ନ ଥିଲେ। ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଏପରିକି ଉକ୍ତ ୨ ଡାକ୍ତର ଓ ସେମାନଙ୍କର ଷ୍ଟାଫ୍‌ମାନେ ମିଶି ସମ୍ପୃକ୍ତ ସାମ୍ବାଦିକଙ୍କ ମୋବାଇଲ୍‌ ଛଡ଼ାଇ ନେବା ସହ ତାଙ୍କର ବାଇକ୍ ମଧ୍ୟ‌ ଭାଙ୍ଗି ଦେଇଥିଲେ।

ଘଟଣାର ତଦନ୍ତ କରି ଟାଉନ୍‌ ଥାନା ପୋଲିସ୍‌ ଡାକ୍ତର ଦେବାଶିଷ ଓ ଶିବାଶିଷଙ୍କୁ ଗିରଫ କରିବା ସହ ଆଉ ୬ ଜଣଙ୍କୁ ଗିରଫ କରିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

You might also like