କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

ଭୁବନେଶ୍ୱର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି।

ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ ଉଚ୍ଚ ଗଳାରେ କଥା ହୋଇଥିଲେ ବୋଲି ଏସ୍‌ପି କହିଛନ୍ତି। ସେ ଆହୁରି କହିଛନ୍ତି, ସାମ୍ବାଦିକଙ୍କୁ ମୁଁ ଯଥେଷ୍ଟ ସମ୍ମାନ ଦିଏ। କେବେବି ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରେ ନାହିଁ।

ସୂଚନାଥାଉ କି, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ଖବର ସଂଗ୍ରହ ପାଇଁ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ସାମ୍ବାଦିକ ପହଞ୍ଚିଥିଲେ।  ତେବେ କୌଣସି କାରଣକୁ ନେଇ ଏସ୍‌ପି ନୀତି ଶେଖର ହଠାତ୍ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ସାମ୍ବାଦିକଙ୍କୁ ହାତ ଉଠାଇଥିଲେ ବୋଲି ଅଭିଯୋଗ ହୋଇଛି। ତା’ ବି ପୁଣି ଟାଣୁଆ ବିଜେଡି ନେତାଙ୍କ ଉପସ୍ଥିତିରେ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ହେଲିପ୍ୟାଡ୍‌ରେ ଘଟିଥିବା ଏହି ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

You might also like