କେନ୍ଦ୍ରାପଡ଼ାରେ ଶ୍ରୀଜୀଉଙ୍କର ଗଜ ବେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି ସ୍ନାନ ଯାତ୍ରା। ସକାଳ ୬ଟାରେ ତିନି ଦିଅଁଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ପରେ ପରେ ଜୟ ମଙ୍ଗଳା ଆଳତୀ, ନୀତିସ୍ନାନ, ବଲ୍ଲଭ ମଣୋହି, ମଙ୍ଗଳାର୍ପଣ କରାଯାଇଥିଲା।

ଏହାପରେ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କର ଗଜ ବଦନ ବେଶ କରାଯାଇଥିଲା। ସେବକମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିରେ ଗଜବେଶ କରାଇଥିଲେ।

କରୋନା କଟକଣା ପାଇଁ ଚଳିତ ବର୍ଷ ଏଠାରେ ବି ୧୪୪ ଧାରା ଜାରି କରାଯାଇଥିଲା। ସେଥିପାଇଁ ବିନା ଭକ୍ତ ରେ ସ୍ନାନ ମଣ୍ଡପରେ ଶ୍ରୀ ଜୀଉଙ୍କୁ ଦେଖିବାକୁ ମିଳିଥିଲା। ଆଜିର ଦିନରେ ବିଭିନ୍ନ ତୀର୍ଥ ସ୍ଥାନରୁ ସଂଗୃହିତ ଜଳରେ ତିନି ଠାକୁର ସ୍ନାନ ସହିତ ଚନ୍ଦନ ରେ ସ୍ନାନ କରିଥାନ୍ତି। ଅନ୍ୟ ଦିନ ମାନଙ୍କରେ ଦିଅଁମାନେ ଦର୍ପଣରେ ସ୍ନାନ କରୁଥିବା ବେଳେ ବର୍ଷକରେ ଗୋଟିଏ ଦିନ ସ୍ନାନ ମଣ୍ଡପରେ ସ୍ନାନ କରିବାର ପରମ୍ପରା ରହିଛି।

You might also like