ପାସେଞ୍ଜର ଟ୍ରେନ୍ ଦାବିରେ ଇଷ୍ଟକୋଷ୍ଟ ଜିଏମ୍‌ଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ

କେନ୍ଦ୍ରାପଡ଼ା: ଇଷ୍ଟକୋଷ୍ଟ ଜିଏମ୍‌ଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ। ବହୁ ପ୍ରତୀକ୍ଷିତ କେନ୍ଦ୍ରାପଡ଼ା ହରିଦାସପୁର ରେଳ ପ୍ରକଳ୍ପକୁ ନେଇ ବିଧାୟକମାନେ ଇଷ୍ଟକୋଷ୍ଟ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି। ହରିଦାସପୁର ୮୨ କିଲୋମିଟର୍ ରେଳ ପ୍ରକଳ୍ପରେ ପାସେଞ୍ଜର ଟ୍ରେନ୍ ଚଲାଇବାକୁ ଦାବି କରିଛନ୍ତି ବିଧାୟକ। କେନ୍ଦ୍ରାପଡ଼ାର ଶହ ଶହ ଲୋକେ ଏହି ରେଳପଥ ଉପରେ ନିର୍ଭର କରିବେ। ତେଣୁ ପାସେଞ୍ଜର ଟ୍ରେନ୍ ଚଳାଚଳ କଲେ ଏଥିରେ ଉପକୃତ ହେବେ ବୋଲି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି।

ତେବେ ଗତ ପରଦିନ ହରିଦାଶପୁର-ପାରାଦୀପ ନୂଆ ବ୍ରଡଗେଜ୍ ଲାଇନରେ ଯାତ୍ରୀ ସେବା ଆରମ୍ଭ କରିବା କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲାଇନ୍‌ରେ ଯାତ୍ରୀ ସେବା ଆରମ୍ଭ କରିବାକୁ ଚିଠିରେ ରେଳମନ୍ତ୍ରୀଙ୍କ ଅନୁମତି ମାଗିଥିଲେ ନବୀନ।

୮୨ କିଲୋମିଟର ଲମ୍ବ ଏହି ରେଳ ଲାଇନ୍ ଓଡ଼ିଶା ସରକାର, ରେଳ ଓ ଜାହାଜ ଚଳାଚଳ ମନ୍ତ୍ରାଳୟର ମିଳିତ ଭାଗିଦାରୀରେ ତିଆରି କରାଯାଇଛି। ଏହି ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚାଲିବା ପରେ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ।

ରେଳ ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକ ଅନୁମତି ଓ ପ୍ରମାଣପତ୍ର ଯଥାଶୀଘ୍ର ପ୍ରଦାନ କରାଗଲେ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ।

ଆହୁରି ପଢ଼ନ୍ତୁ

You might also like