ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ : କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ନାହଁନଥିବା ସମସ୍ୟା ଭୋଗୁଛନ୍ତି ଲୋକେ

 ମୁକୁଳା ପଡ଼ିଛି ଘାଇ

ବାଲି ବସ୍ତା ପକାଯାଇ କରାଯାଇଛି ଅସ୍ଥାୟୀ ମରାମତି

ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ

କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ସମସ୍ୟା

ଆଳି(ବନମାଳି ସାହୁ) : ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ। କେବଳ ବାଲି ବସ୍ତା ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି  ନଦୀବନ୍ଧ । ଯାହା ଫଳରେ କେନ୍ଦ୍ରାପଡ଼ା ଆଳିର ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ମୁକୁଳା ପଡ଼ିଛି ଘାଇ, ଯାତାୟାତରେ ସମସ୍ୟା ଭୋଗୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଧୋୟା ଅଞ୍ଚଳର ନଦୀ ବନ୍ଧ ଘାଇ ମରାମତି ହୋଇନଥିବାରୁ ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ବାସିନ୍ଦା ବାଲି ବସ୍ତା ପକାଇ ଅସ୍ଥାୟୀ ରାସ୍ତା ହିଁ ବଜାର ଘାଟ ଯାଉଛନ୍ତି ।  ଲୋକେ ଦୁଇ ଚକିଆ ଯାନ ତ କଷ୍ଟେମଷ୍ଟେ ଚାଲିଯାଉଛି, ମାତ୍ର କାହାର ଦେହ ପା ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । କେବଳ ଗୋଟିଏ ଜାଗା ନୁହେଁ, ମୋହନପୁରଠାରୁ ଗଣେଶ୍ୱରପୁର ପର୍ଯ୍ୟନ୍ତ ଏଭଳି ୯ଟି ସ୍ଥାନରେ ଲେକେ ଅସୁବିଧା ଭୋଗୁଛନ୍ତି ।

ଗତ ଅଗଷ୍ଟ ମାସରେ କାଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଆସି ୯ଟି ଘାଇ ସୃଷ୍ଟି ହେବା ସହ ୧୦ଟି ପଞ୍ଚାୟତ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାୟ ୧ ମାସ ପରେ ଘାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ କେନ୍ଦ୍ରୀୟ ଟିମ୍ । ବନ୍ୟାକୁ ୭ ମାସ ବିତିଲାଣି, ମାତ୍ର ଏଯାଏଁ ଘାଇ ହୋଇଥିବା ସ୍ଥାନରେ ସ୍ଥାୟୀ ବନ୍ଧ ହୋଇପାରିନାହିଁ । ବାରମ୍ବାର ଦାବି ପରେ ବି ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଟେଣ୍ଡର ପ୍ରକ୍ରିୟା ସରିଛି, ମେ ମାସ ସୁଦ୍ଧା ଘାଇଗୁଡ଼ିକର ମରାମତି କରାଯିବ ବୋଲି କହିଛନ୍ତି ଆଳି ତଟବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ।

ବନ୍ୟାକୁ ୭ ମାସ ବିତିଲାଣି, ଏପଟେ ଧୋୟା ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ଲୋକେ ଏବେ ବି ନାନା ଅସୁବିଧା ଭୋଗୁଛନ୍ତି । ଖରା ଦିନ ପରେ ଯଦି ନଦୀବନ୍ଧ ନିର୍ମାଣ କରାଯାଏ ତେବେ ସ୍ଥାନୀୟ ବାସିନ୍ଦା ଉପକୃତ ହେବେ ବୋଲି କହିଛନ୍ତି ।

 

You might also like