ମନ୍ତ୍ରୀ, ସାଂସଦଙ୍କୁ ବିରୋଧ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଡଙ୍ଗା ବୁଡ଼ି ଘଟଣାରେ ହସିନା ଗାଁରେ ଜନପ୍ରତିନିଧିଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଅର୍ଥ ପ୍ରଦାନ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।

ଅଧିକ କ୍ଷତିପୂରଣ ଦାବି କରି ଲୋକମାନେ ପ୍ରତିବାଦ ଜଣାଇଛନ୍ତି। ମୃତକଙ୍କ ପରିଜନଙ୍କୁ ଅନୂକମ୍ପାମୂଳକ ସହାୟତା ଅର୍ଥ ପ୍ରଦାନ କରିବାକୁ ମନ୍ତ୍ରୀ ପ୍ରଫୁଲ ସାମଲ, ସାଂସଦ କୁଳମଣି ସାମଲ ଏବଂ ବିଧାୟକ ଦେବାଶିଷ ସାମନ୍ତରାୟ ହସିନା ଗାଁକୁ ଯାଇଥିଲେ।

ତେବେ ବିରୋଧ ଯୋଗୁଁ କିଛି ମୃତକଙ୍କ ସମ୍ପର୍କୀୟ ସହାୟତା ଅର୍ଥ ଗ୍ରହଣ କରିନଥିବା ସୂଚନା ମିଳିଛି। ମନ୍ତ୍ରୀଙ୍କ ଗସ୍ତବେଳେ ସରପଞ୍ଚଙ୍କୁ ଅଣଦେଖା କରିବାକୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି।

ଆହୁରି ପଢ଼ନ୍ତୁ

You might also like